*ଜମି ଚୋରୀ ମାମଲା ରେ ଅନ୍ୟ ତିନି ମୁଖ୍ୟ ଅଭିଯୁକ୍ତ ଗିରଫ, ଜମି ଚୋରି ସତରେ ଜଘନ୍ୟ ଅପରାଧ* ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୯.
– ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗାଁର ୪ ଏକର ୪୦ ଡିସିମିଲ ଜମି ଚୋରୀ ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣା ନେଇ କୋମନା ଉପ ନିବନ୍ଧକ ସର୍ବେଶ୍ୱର ଜାଲ ପ୍ରଥମ ସୂଚନା ଦେଇଥିଲେ। କୋମନା ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଚୋରି ମାମଲା ରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି l ଗତ କାଲି ରାତିରେ ମାଷ୍ଟର୍ ମାଇଣ୍ଡ ସନ୍ତୋଷ କୁମାର ଦୁରିଆଙ୍କୁ ନିଜ ଗାଁ ପେଣ୍ଡରାବନ ରୁ ଗିରଫ କରାଯାଇ ଥିବା ବେଳେ ଅନ୍ୟ ଦୁଇ ଜଣ ଜମି ଦଲାଲ ବୋଡ଼େନ ଥାନା କରଙ୍ଗାମାଲ ଗାଁର ରାମ ଲାଲ ପଣ୍ଡା, ଯିଏ କି ଏକ ଘରୋଇ କଲେଜର ପରିଚାଳନା କମିଟିର ସଭାପତି ତଥା କରଙ୍ଗାମାଲ ପଞ୍ଚାୟତର ସରପଞ୍ଚ ଅଛନ୍ତି, ତାଙ୍କୁ ଆଉ ତାଙ୍କ ସହଯୋଗୀ ଜଯସନ୍ ବାଗଙ୍କୁ ଏକ କାର ନମ୍ବର ଓଡ଼ି ୨୬ ଏଚ ୪୮୫୯ ସହ ତିଖାଲି ଛକରୁ ଗିରଫ କରା ଯାଇଥିଲା l ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରା ଯିବ ବୋଲି ଶ୍ରୀବଲ୍ଲଭ ସାହୁ ( ଆଇଆଇସି, କୋମନା ଥାନା) ସୂଚନା ଦେଇଛନ୍ତି l ଏହା ପୂର୍ବରୁ ନକଲି ସତ୍ୟ ପ୍ରଧାନୀ ଡୁମାଲ ରଣା ଘର ଖଡ଼ିଆଳ ମଣ୍ଡୋଷିଲ ଗ୍ରାମର ଘର ଜ୍ବାଇଁ ଭାବରେ ପଡ଼ୋଶୀ ଛତିଶଗଡ଼ ଉର୍ମାଲ୍ ଗୁଡ଼ଭେଲି ରେ ରହନ୍ତି। ତାଙ୍କ ଭଉଣୀ ସାଜିଥିବା ଦେଓଦରା ଗ୍ରାମର ଦେଓମତି ମାଝୀ, ଦୁଇ ଦଳାଲ ସୋଳବନ୍ଧ ଗ୍ରାମର ଦୁଲ୍ଲଭ ନିଆଲ, ସମରସିଂ ଗ୍ରାମର ତୁଳସୀ ରଣା ପୂର୍ବରୁ ଗିରଫ ହୋଇଛନ୍ତି। ସମୁଦାୟ ୭ ଜନ ଗିରଫ ହୋଇଛନ୍ତି
