ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ।
ବନ୍ତ ୧୨/୯ ମାର୍କଣ୍ଡ ଧାଡା ( ନିପ୍ର).ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।
ଏଥିରେ (JRU)ଷ୍ଟେଟ ରିଶୋର୍ସ କୋଡ଼ିନେଟର ବନ୍ତ ବ୍ଲକ ତଥା ବିପର୍ଯ୍ୟୟ ପରିଚାଳନା ଶ୍ରୀଯୁକ୍ତ ଅରୁଣ କୁମାର ବାରିକଙ୍କୁ ପ୍ରଥମେ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ଶ୍ରୀଯୁକ୍ତ ବାରିକଙ୍କ ସଂଯୋଜନାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ବୃକ୍ଷ ରୂପଣ କାର୍ଯ୍ୟକ୍ରମ ହୋଇଥିଲା । ପରେ ସାଧାରଣଜ୍ଞାନ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁଙ୍କୁ ପୁରସ୍କୃତ କରାଯାଇଥିଲା ।
ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ମହାନ୍ତି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସେକ ଜଲାଲୁଦ୍ଦିନ୍ ଓ ମୁଖ୍ୟ ବକ୍ତା ଭାବେ ବନବିହାରୀ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବନବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।ଶିକ୍ଷକ ଜାହାରୁଦ୍ଦିନ୍ ସାହାଜୀ,ହେମନ୍ତ କୁମାର ପରିଡ଼ା,ରମାକାନ୍ତ ଜେନା,ପ୍ରଫୁଲ୍ଲ ଜେନା,ଜଗନ୍ନାଥ ଦ୍ୱିବେଦୀ,ସେକ ସାବିର,ସେକ ରିହାଜ୍ ଅଲ୍ଲୀ ଓ କର୍ମଚାରୀ ଶରତ ସାହୁ ଓ ବୁଦ୍ଧିରାମ ସାହୁ ଓ ନେଜାମୁଦ୍ଦିନ୍ ଖାଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
