
ମର୍ମାନ୍ତିକ ସଡ଼କ ଦୁର୍ଘଟଣା
ମହାସିଙ୍ଗ ଜାକିରପଡ଼ା ନିକଟରେ ଇର୍ଟିଗା କାର୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର।
ବାଲିଗୁଡା :(ନି.ପ୍ର )୯/୯ ମହାସିଙ୍ଗ ଜାକିରପଡ଼ା ନିକଟରେ ଗତ ୯ ସେପ୍ଟେମ୍ବର ୨୦୨୬ ତାରିଖରେ ଏକ ମର୍ମାନ୍ତିକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଇର୍ଟିଗା କାର୍ ଏକ ବାଇକ୍କୁ ଧକ୍କା ଦେବା ଫଳରେ ବାଇକ୍ରେ ଥିବା ଦୁଇ ଆରୋହୀ ଗୁରୁତର ଆହତ ହୋଇଛନ୍ତି।ଆହତ ଦୁଇଜଣ କ.ନୂଆଗାଁ ଥାନା ଅନ୍ତର୍ଗତ ଗୁଞ୍ଜିଗାଁର ଦୟାନିଧି ମାଲିକ ଓ ରତ୍ନାକର ମାଲିକ ବୋଲି ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଓ ଜୀବନ ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।ଏହି ଘଟଣାରେ ବାଲିଗୁଡ଼ା ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍ଟିକୁ ଜବତ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
