*ଖଡ଼ିଆଳରେ ବିଶ୍ୱହିନ୍ଦୁ ପରିଷଦ ର ସ୍ଥାପନା ଦିବସ ପାଳିତ।**
ନୂଆପଡ଼ା(ମିଖାଏଲ ନନ୍ଦ) ତା-୦୯-୦୯-୨୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ବଡ ଦଧିବାନ ମନ୍ଦିର ଠାରେ ଶନିବାର ବିଶ୍ୱହିନ୍ଦୁ ପରିଷଦ ଦିବସ ପାଳିତ ହୋଇଯାଇଛି|ମାନନୀୟ ଆକିଞ୍ଚନ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅର୍ଜୁନ ପଣ୍ଡା,ସୁଦର୍ଶନ ଠାକୁର ଯୋଗଦାନ କରି ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯକ୍ରମ କୁ ଆଗେଇ ନଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସଭାପତି ଦେବେନ୍ଦ୍ର ନାଥ ପଣ୍ଡା , ପୁସ୍ତମ ସୁନାନି ଯୋଗ ଦେଇଥିଲେ|ସନ୍ଥ ମଧୁ ବାବା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଶ୍ୱ ହିନ୍ଦୁ ପରିଷଦ ସଂଗଠନ ବିଷୟରେ ଆଲୋକପାତ କରିଥିଲେ |ଏହି ଅବସରରେ ସଜ୍ଜନ ଅଗ୍ରୱାଲ,ସୁରେଶ ହଟ୍ ୱାର, ଯଜ୍ଞେସ ମହାରଥା,ଜନାର୍ଦ୍ଦନ ପାତ୍ର,ନିଳାଞ୍ଚଳ ପୋଡ,କିଶୋର ଚନ୍ଦ୍ର ଗହୀର,ନେତ୍ରାନନ୍ଦ ମନହିରା,ଜଗଦୀଶ ପଟେଲ,ସନ୍ୟାସୀ ଦାସ,ପୂର୍ଣ୍ଣଚନ୍ଦ୍ର ସୂନାନି,ରାଜାରାମ ଗହୀର,ପୁଷ୍ଟମ ତାଣ୍ଡି,ଶତ୍ରୁଘନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ|କାର୍ଯ୍ୟ କ୍ରମ କୁ ବିଶ୍ୱହିନ୍ଦୁ ପରିଷଦ ର ମୋହନ ଚରଣ ଦାସ ପରିଚାଳନା କରିଥିଲେ|
