*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ*
ନୂଆପଡା(ମିଖାଏଲ ନନ୍ଦ) ତା:୦୮.୦୯.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟର ସୋସେଙ୍ଗ ସେକସନର ଦେଓସିଲ୍ ଗାଁରେ ଏକ କଲରାପତରିଆ ବାଘ ରାତିରେ ଗାଁ ଭିତରକୁ ପଶି ଏକ ବାଛୁରୀକୁ ମାରି ଖାଇ ଥିବା ଅଭିଯୋଗ l ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ ଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ବନ୍ ବିଭାଗ ପକ୍ଷ ରୁ ସନ୍ଧ୍ୟା ପରେ ନିକଟସ୍ଥ ଜଙ୍ଗଲ କୁ ନ ଯିବା ସହ ଘରୁ ନ ବାହାରିବାକୁ ଆହ୍ୱାନ କରିଛନ୍ତି। ଗତ ରାତିରେ ଦେଓସିଲ ଗାଁର ବ୍ୟାସଦେବ ମାଝୀଙ୍କ ବାଛୁରୀ ଗାଁ ଦାଣ୍ଡରେ ଥିଲା l ଆଜି ସକାଳେ ବାଛୁରୀର ମୃତ ଦେହ ଦେଖି ଗାଁ ଲୋକେ ସୁନାବେଡ଼ା ଅଭୟାରଣ୍ୟ ବିଭାଗକୁ ସୂଚନା ଦେଇଥିଲେ l ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଥିଲେ l ଏହି ବାଛୁରୀ କୁ ମାରି ଖାଇଥିବା ଏକ କଲରପତରିଆ ବାଘ ବୋଲି ଜଣା ପଡିଛି l ଗାଁ ନିକଟସ୍ଥ ଜଙ୍ଗଲରେ କ୍ୟାମେରା ଲଗା ଯାଇଛି l ନିକଟସ୍ଥ ଗାଁମାନଙ୍କରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ l
