ଗୋଦଭଙ୍ଗା ରୟାଲ୍ ଲାୟନ୍ସ କ୍ଲବ ପକ୍ଷରୁ ଟିବି ରୋଗୀଙ୍କୁ ଖାଦ୍ୟ କିଟ୍ ବଣ୍ଟନ
ଆଠାବିରା, ୮/୯: ଲାୟନ୍ସ କ୍ଲବ ଗୋଦଭଗା ରୟାଲ୍ ପକ୍ଷରୁ ଆଜି ଆଠାବିରା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏ
କ ସେବାମୂଳକ ଖାଦ୍ୟ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ୧୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଖାଦ୍ୟ କିଟ୍ ପ୍ରଦାନ କରାଯାଇଥିଲା।
କ୍ଲବର ସଦସ୍ୟ ଡା. ଲାୟନ୍ ଚିତ୍ତରଞ୍ଜନ ଜେନାଙ୍କ ମାର୍ଗଦର୍ଶନ ଏବଂ ଆଠାବିରା ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କ ସହଯୋଗରେ ଏହି ସେବା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ୧୦ ଜଣ ଲାୟନ୍ସ ସଦସ୍ୟ ନିଜ ନିଜ ପକ୍ଷରୁ ଖାଦ୍ୟ କିଟ୍ ପ୍ରଦାନ କରି ଟିବି ରୋଗୀମାନଙ୍କ ପ୍ରତି ସହଯୋଗର ହାତ ବଢ଼ାଇଥିଲେ।
ଏହି ମହତ୍ ସେବା କାର୍ଯ୍ୟ ପାଇଁ ଡା. ଲାୟନ୍ ଚିତ୍ତରଞ୍ଜନ ଜେନା ଏବଂ ଆଠାବିରା ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ କ୍ଲବ ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଥିଲା। ଏଥିସହ ଖାଦ୍ୟ କିଟ୍ ପ୍ରଦାନ କରି ଏହି ମାନବିକ ପ୍ରକଳ୍ପକୁ ସଫଳ କରିଥିବା ସମସ୍ତ କ୍ଲବ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଯାଇଥିଲା।
“ସହାନୁଭୂତି ଓ ଯତ୍ନର ସହ ସେବା—ଏକତ୍ରିତ ହୋଇ ମାନବ ସେବାରେ ଆଗେଇ ଚାଲିବା।”
We Serve! 🦁
