ଚିତ୍ରଡା ଜବାହର ସୋର କାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି
______________________
ମୋରଡା,୮/୯ଇମିସ – ଦୁଇ ଦିନିଆ ବ୍ଲକସ୍ତରୀୟ ୧୭ ବର୍ଷରୁ କମ ଖେଳକୁଦ ପ୍ରତିଯୋଗିତା ଆଜି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡା ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଉଦଘାଟିତ ହୋଇଯାଇଛି। ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଏବିଇଓ ପୁଥୁନାଥ ବାସ୍କେ,ସମ୍ମାନିତ ଅତିଥିଭାବେ ବରିଷ୍ଠ ଖବରଦାତା ରଣଜିତ କୁମାର ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତରୁଣ ମହାକୁଡ଼,ଖେଳ ଶିକ୍ଷକ ସୁନୀଲ କୁମାର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଖେଳ ଦ୍ୱାରା ଶାରୀରିକ ଦକ୍ଷତା ବୃଦ୍ଧି ପାଇବା ସହିତ ଭବିଷ୍ୟତ ଗଠନ ମଧ୍ୟ କରି ହେବ ବୋଲି କହିଥିଲେ ଅତିଥିଗଣ। ଏହି ପରିପ୍ରେକ୍ଷୀରେ ବ୍ଲକର ଚଢେଇଗାଁ ପଞ୍ଚାୟତର ଡାଳଗାଁ ଗ୍ରାମର ସସ୍ମିତା ହାଁସଦା ଥ୍ରୋ ବଳରେ ଜାତୀୟସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଚିତ୍ରଡା,ମୋରଡା, ଦାନ୍ତିଆମୁଁହା, ଚଢେଇଗାଁ ଜୋନର ୪୦୦ଜଣ ଛାତ୍ରୀଛାତ୍ର ଖୋକ, କବାଡି, ଫୁଟବଲ,ଭଳିବଲ, କ୍ରିକେଟ ଓ଼ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
