କନ୍ଦରସିଂହା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୦ ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଗ୍ରାମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। କନ୍ଦରସିଂହା ଗାଁରେ ଗତ ତା ୩/ ୭/୨୦୦୭ରେ ମାତ୍ର ୧୨ଜଣ ଛାତ୍ରଛାତ୍ରୀ ଓ ୩ଜଣ ଗୁରୁମା’ ଜ୍ୟୋସ୍ଲାମୟୀ ପ୍ରଧାନ,ହରପ୍ରିୟା ଦାସ ଓ ବିଦୁଲତା ସ୍ୱାଇଁଙ୍କୁ ନେଇ ଗ୍ରାମର କ୍ଲବ ଘରେ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ଶୁଭାରମ୍ଭ ହୋଇଥିଲା। ସଂପ୍ରତି ଶିଶୁ ବିଦ୍ୟାମନ୍ଦିର ନିଜସ୍ଵ ଜମିରେ ଶ୍ରେଣୀ ଗୃହ ନିର୍ମାଣ ସହ ୪୬୩ ୪୬୩ ବିଦ୍ୟାର୍ଥୀଙ୍କୁ ୨୪ଜଣ ଗୁରୁଜୀ,ଗୁରୁମା ଶିକ୍ଷାଦାନ କରୁଥିବା ବେଳେ ବଳେ ୪ ଜଣ ସହାୟକ ଓ ସହାୟିକାଙ୍କ ସହ ରାତ୍ରୀ ଜଗୁଆଳି ରହିଛନ୍ତି। ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସାହୁ (ସଭାପତି),ଅବସରପ୍ରାପ୍ତ ଶିକ୍ଷକ ମନ୍ମଥ ବିଶ୍ଵାଳ (ଉପସଭାପତି),ଅବସରପ୍ରାପ୍ତ ଶିକ୍ଷକ କୃତିବାସ ମୁଦୁଲି (ସଂପାଦକ),କଳ୍ପତରୁ ବିଶ୍ଵାଳ ( ସହ ସମ୍ପାଦକ),ସୁଶାନ୍ତ କୁମାର ନାୟକ (କୋଷାଧ୍ଯକ୍ଷ) ପ୍ରଧାନାଚାର୍ଯ୍ୟ ସୁଶାନ୍ତ କୁମାର ଜେନାଙ୍କ ତତ୍ବାବଧାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କନ୍ଦରସିଂହା ଆଜି ୨୦ ତମ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରିଛି। ଏହି ପ୍ରତିଷ୍ଠା ଦିବସ ସମାରେ ରୋହରେ ମୁଖ୍ୟଅତିଥି ଭାବେ ଗଣେଶ୍ୱର ସାହୁ ( ସ୍କୁଲର ପ୍ରଥମ ସଭାପତି),ସମ୍ମାନିତ ଅତିଥି ଭାବେ ପ୍ରମୋଦ କୁମାର ବିଶ୍ବାଳ (ପ୍ରଥମ ସମ୍ପାଦକ),ଭୁବନାନନ୍ଦ ବିଶ୍ଵାଳ (ପୂର୍ବତନ ସଭାପତି),କ୍ଷୀରୋଦ କୁମାର ସାହୁ ( ପୂର୍ବତନ କୋଷାଧ୍ଯକ୍ଷ) ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ଗୁରୁଜୀ,ଗୁରୁମା’ ଓ ଛାତ୍ରଛାତ୍ରୀଗଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ଶେଷରେ ଛାତ୍ରଛାତ୍ରୀଙ୍କୁ ଲଡୁ ପ୍ରଦାନ କରାଯାଇଥିଲା।
