ମାହାଙ୍ଗା
ମାହାଙ୍ଗା ବ୍ଲକ ଗୋକନ କଲ୍ୟାଣ ମଣ୍ଡପ ଠାରେ ସେବା ଚାରିଟେବୁଲ ଟ୍ରଷ୍ଟ ର ତୃତୀୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବେହେରାଙ୍କ ତତ୍ୱବାଧାନରେ ରେ ଡ଼ଃ ଅର୍ଜୁନ ଚରଣ ଜେନା ଉଦ୍ଘାଟକା ଭାବେ ଯୋଗଦେଇ ଏହି ଉତ୍ସବ କୁ ଉଦଘାଟନ କରିଥିଲେ, ଶିକ୍ଷାବିତ ବଟକୃଷ୍ଣ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଡ଼ଃ ଭାବଗ୍ରାହୀ ରାଉତ, ମୁଖ୍ୟ ବକ୍ତା ଭାବେ ଡ଼ଃ ଜୟୀରାମ ସ୍ୱାଇଁ, ସମ୍ମାନିତ ଅତିଥିଭାବେ ପ୍ରାବନ୍ଧିକ ଡ଼ଃ ଏକାଦଶୀ ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଏହି ଟ୍ରଷ୍ଟ ଗରିବ ରୋଗୀଙ୍କୁ ସହଯୋଗ ଯୋଗାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ। ସମ୍ପାଦକ ପ୍ରଦୀପ୍ତ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅର୍ପଣ କେଇଥିଲେ, ଏହି ଅବସରରେ ଆଠ ଗୋଟି ସାମାଜିକ ସଂଗଠନ ଓ ଟ୍ରଷ୍ଟ ର କାର୍ଯ୍ୟକାର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଉତ୍ସବ ସ୍ଥଳରେ ଅଙ୍ଗଦାନ ସଚେତନତା, ଚକ୍ଷୁ ପରୀକ୍ଷା,ଔଷଧ ବଣ୍ଟନ, ଗୋ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଶୋକ କୁମାର ବେହେରା, ରାମ ଚନ୍ଦ୍ର ଘଡେଇ, ଭୀମସେନ ପ୍ରଧାନ, ରୁକ୍ମଣ ବେହେରା, ସୌମେନ୍ଦ୍ର ଘଡେଇ, ବିଭୁ ପ୍ରଷଦ ପ୍ରଧାନ, ଧନଜୟ ବେହେରା, ସୁଶାନ୍ତ ଜେନା, ପ୍ରଜ୍ଞା ରଞ୍ଜନ ପ୍ରଧାନ, ମୁରଲୀଧର ଘଡେଇ ପ୍ରମୁଖ ସହଯୋଗ କରିଥିଲେ।
