ଲୋହରାଖଣ୍ଡି ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ।
ଭଞ୍ଜନଗର :୦୩/୦୯ (ପ୍ରଫୁଲ୍ଲ କୁମାର ମହାରଣା ) ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ସଂସଦ ଲୋହରାଖଣ୍ଡି ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତଙ୍କ ପ୍ରସ୍ତାବ କ୍ରମେ ସଭାପତି ଭାବେ ଡ. ସଞ୍ଜୁକ୍ତା ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଭାବେ ଚିନ୍ମୟ କୁମାର ବେବର୍ତ୍ତା, ଉପସଭାପତି ଭାବେ ସୁବାଷ ଚନ୍ଦ୍ର ତାରିଣୀ, ପବିତ୍ର ମୋହନ ରାଉତରାୟ, ଶ୍ରୀମତୀ ରୀତାରାଣୀ ମହାପାତ୍ର, ଶ୍ରୀମତୀ ସ୍ନେହଲତା ବିଷୋୟୀ, ପରିଚାଳନା ସମ୍ପାଦିକା ଭାବେ ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା, ସାଙ୍ଗଠନିକ ସମ୍ପାଦିକା ଭାବେ ଶ୍ରୀମତୀ କଳ୍ପନା କୁମାରୀ ପ୍ରଧାନ, ସହ-ସମ୍ପାଦକ ଭାବେ ତ୍ରିନାଥ ବେହେରା, ସୁନୀଲ କୁମାର ପାଣି, ଶ୍ରୀମତୀ ରଞ୍ଜୁଲତା ବେହେରା, ଶ୍ରୀମତୀ ଲୋପାମୁଦ୍ରା ରଥ, ସାଂସ୍କୃତିକ ସମ୍ପାଦକ ଭାବେ ଶ୍ରୀମତୀ ପ୍ରଣତି ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ମହାରଣା, କୋଷାଧ୍ୟକ୍ଷ ଭାବେ ନବ କୁମାର ବିଷୋୟୀ, ମିଡ଼ିଆ ସଂଯୋଜକ ଭାବେ ଅରକ୍ଷିତ ପରିଚ୍ଛା, ରଞ୍ଜିତ ଜେନା, ଯୁବ ସଂଯୋଜକ ଭାବେ ଡାକ୍ତର କାର୍ତ୍ତିକେଶ୍ୱର ଜେନା, ସୁଧୀର କୁମାର ଗୌଡ଼, ଶ୍ରୀମତୀ ଶୁଭସ୍ମିତା ଦାଶ ଚୟନ ହୋଇଥିଲେ। ଉପଦେଷ୍ଟା ଭାବେ ବି. ଗୋବିନ୍ଦ ରାଓ, ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ଆଇନ ପରାମର୍ଶ ଦାତା ଭାବେ ବିମ୍ବାଧର ଷଡ଼ଙ୍ଗୀ ଚୟନ କରାଯାଇଥିବାବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପିତାମ୍ବର ପରିଡ଼ା ଏବଂ ଶ୍ରୀମତୀ ବିଷ୍ଣୁପ୍ରିୟା ପତି ଚୟନ ହୋଇଥିଲେ। ସଂସଦର ୨୫ତମ ପ୍ରତିଷ୍ଠା ଉତ୍ସବ ଏବଂ ୨୫ବର୍ଷ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମସ୍ତ କର୍ମକର୍ତ୍ତା ନିଜ ନିଜ ମତ ପ୍ରଦାନ କରିଥିଲେ। ଆସନ୍ତା ଅକ୍ଟୋବର ୧୮ ତାରିଖରେ ଅନୁଷ୍ଠାନର ୨୫ତମ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ପରିଚାଳନା ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା ୨ବର୍ଷ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାଙ୍ଗଠନିକ ସମ୍ପାଦିକା ଶ୍ରୀମତୀ କଳ୍ପନା କୁମାରୀ ପ୍ରଧାନ। ଶେଷର କୋଷାଧ୍ୟକ୍ଷ ନବ କୁମାର ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ।
