ସୀମାନ୍ତ ପୁରୁଷ ପରେଶ ବସାଙ୍କ ୨୧ ତମ ଶ୍ରାଦ୍ଧ ଦିବସ
___________________
ସାରସକଣା,(୩/୯/୨୬): (ନି.ପ୍ର): ଉତ୍ତର ଓଡିଶା
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଝାରପୋଖରିଆ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଶିକ୍ଷା କ୍ଷେତ୍ରରେ ବିଶେଷ କରି ଅଞ୍ଚଳର ସ୍ଵର୍ଗତଃ ପରେଶ ଚନ୍ଦ୍ର ବସାଙ୍କ ଦାନ ଅତୁଳନୀୟ । ତାଙ୍କ ପ୍ରଚେଷ୍ଟାରେ ଝାରପୋଖରିଆ ଠାରେ ଗଢିଉଠିଥିବା ଶିକ୍ଷା କ୍ଷେତ୍ର ମଧ୍ୟରେ ସୀମାନ୍ତ ଇଂଲିଶ୍ ମିଡିୟମ ସ୍କୁଲ, ସୀମାନ୍ତ ମହାବିଦ୍ୟାଳୟ,ସୀମାନ୍ତ ଆଇ.ଟି.ଆଇ., ସୀମାନ୍ତ ଫାର୍ମାସୀ କଲେଜ(ଡି.ଫାର୍ମ/ ବି.ଫାର୍ମ/ଏମ.ଫାର୍ମ), ସୀମାନ୍ତ ଇଞ୍ଜିନିୟରିଙ୍ଗ କଲେଜ ଅନ୍ୟତମ । ଚଳିତ ବର୍ଷ ତାଙ୍କ ତିରୋଧାନର ୨୧ତମ ଶ୍ରାଦ୍ଧବାର୍ଷିକ ଗତକାଲି ୨ ତାରିଖ ବୁଧବାର ଦିନ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ରେ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।ଏ ପରିପ୍ରେକ୍ଷୀରେ ଗତକାଲି ସୀମାନ୍ତ ଇଞ୍ଜିନିୟରିଙ୍ଗ କଲେଜର ଅଧ୍ୟକ୍ଷ ବିନୋଦ କୁମାର ପୁଷ୍ଟିଙ୍କ ତତ୍ତ୍ଵାବଧାନରେ ପାଳିତ ଶ୍ରାଦ୍ଧ ଦିବସରେ ମହାବିଦ୍ୟାଳୟ ଗଭର୍ଣ୍ଣିଙ୍ଗ ବଡ଼ିର ସଦସ୍ୟ ଅର୍ଦ୍ଦେନ୍ଦୁ ପ୍ରହରାଜ, ଘାସିରାମ କଲିଅ।, ଅମିୟ କୁମାର ଦ୍ଵାରି ପ୍ରମୁଖ ଯୋଗ ଦେଇ ଥିଲେ । ପ୍ରଥମେ ସମସ୍ତ ସଦସ୍ୟ, ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀଙ୍କ ସହିତ ଛାତ୍ରୀଛାତ୍ର ଗଣ ସୀମାନ୍ତ ପୁରୁଷ ସ୍ବର୍ଗତଃ ପରେଶ ଚନ୍ଦ୍ର ବସାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତତ୍ପରେ ତାଙ୍କର ଆତ୍ମାର ସଦଗତି ଓ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହାପରେ ଉପସ୍ଥିତ ସମସ୍ତ ସଦସ୍ୟଗଣ ସ୍ଵର୍ଗତଃ ବସାଙ୍କ ଜୀବନଶୈଳୀ ଓ ଗୁଣଗାଥା ଉପରେ ବ୍ୟକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଡିନ(ଏକାଡ଼େମିକ୍) ଅଧିକାରୀ ଅଜିତ କୁମାର ସାହୁ, ଚିଫ୍ କୋ-ଅଡ଼ିନେଟର ଡ. ମନୋରଞ୍ଜନ ପାଣି, ପ୍ରଫେସର ରାଜୀବ କୁମାର ସାହୁ ପ୍ରମୁଖ ସଞ୍ଜାଳନ କରିଥିଲେ । ଯୁବ ପିଢିଙ୍କୁ ଆଧୁନିକ ଓ ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଦିଗରେ ସ୍ଵର୍ଗତଃ ବସାଙ୍କ ଚିନ୍ତାଧାରା ଓ ପ୍ରୟାସକୁ ନେଇ ତାଙ୍କର ଅବଦାନକୁ ବଖାଣିଥିଲେ ।ଏହା ଦ୍ଵାରା ଆଗାମୀ ପିଢି ପାଇଁ ଏକ ପ୍ରେରଣାର ଆଲୋକ ହେବ ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
