*କେନାଲ ନିର୍ମାଣ ଅଧାରେ ବନ୍ଦ, ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରା ନଯାଇ କେନାଲରେ ଜଳ ପ୍ରବାହିତ, ଚାଷୀଙ୍କ ଆମ୍ବ ବଗିଚା ନଷ୍ଟ ଅଭିଯୋଗ, ଚାଷୀ ଆମ୍ରିକା ଅସ୍ଥାୟୀ ବାଡ଼ ଦେଇ ଆମ୍ବ ବୃକ୍ଷ ଚେର ରକ୍ଷା ପାଇଁ ଉଦ୍ୟମ ବିଭାଗିୟ ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପ୍ରତିଶ୍ରୁତି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୦୯
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡମୂଳା ଗ୍ରାମର ସ୍ୱର୍ଗତ ଅମୃତ ବାଗ ସ୍ଵମୀ ସ୍ଵର୍ଗତ ଗଜେନ୍ଦ୍ର ବାଗ ନାମରେ ଚାଷୀଙ୍କ ଏକ ଆମ୍ବ ବଗିଚା ରହିଅଛି । ସେହି ଆମ୍ବ ବଗିଚାକୁ ତାଙ୍କ ପୁଅ ସୁଦର୍ଶନ ବାଗ ଦେଖା ରେଖା କରୁଛନ୍ତି। ଆମ୍ବ ବଗିଚା ନିର୍ମାଣ ହୋଇ ବୃକ୍ଷ ବଡ ହୋଇଥିବା ବେଳେ ସେହି ଜମି ଦେଇ ତିଖଳି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବଡ ମୂଳା ସବ୍ ମାଇନ କେନାଲ ନିର୍ମାଣ ହୋଇଅଛି। ଏହି କେନାଲ ନିର୍ମାଣ କାର୍ଯ୍ୟ ଆସି ଚାଷୀ ଜମି ପାଖରେ ୨୩ ଡିସିମିଲ ଜମି ଅଧିଗ୍ରହଣ କରିବା ପାଇଁ ନିଷ୍ପତି ହୋଇଥିଲା। କିନ୍ତୁ ଆମ୍ବ ବଗିଚା ରେ ଥିବା ୫୦ ରୁ ଉର୍ଦ୍ଧ ଆମ୍ବ ଚାରା ନଷ୍ଟ ହୋଇଥାନ୍ତା ତେଣୁ ଚାଷୀମାନେ ରାଜି ହୋଇନଥିଲେ। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ତାଙ୍କ ଜମି ରେ ଗୋଟିଏ ବକେଟ ମାଟି ଗାତ ଖୋଲିବାକୁ ସ୍ୱୀକୃତି ଦେଇଥିଲେ। ସେହି କେନାଲ ଦେଇ ଜଳ ପ୍ରବାହିତ ହୋଇ ଆମ୍ବ ବୃକ୍ଷର ଚେର ଉପୁଡ଼ି ଯାଉଥିବା ଅଭିଯୋଗ କରିଛନ୍ତି।ବର୍ତ୍ତମାନ ଚାଷୀ ଆମ୍ବ ବୃକ୍ଷ ର ଚେର କୁ ରକ୍ଷା କରିବା ପାଇଁ ଅସ୍ଥାୟୀ ଆମ୍ରିକା ବାଡ଼ ଦେଇଥିଲେ । କିନ୍ତୁ ଜଳ ପ୍ରବାହ ବ୍ୟାପକ ଥିବାରୁ ସେହି ବୃକ୍ଷ ଚେର କୁ ମାଟି କାଢ଼ି ଦୁର୍ବଳ କରି ପକାଇଛି। ଆଜି ଏହି ସମସ୍ୟା ନେଇ ଖଡ଼ିଆଳ ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ ଙ୍କୁ ଯୋଗ ଯୋଗ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇବା ସହ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଜମି ଅଧିଗ୍ରହଣ ଆର୍ଥିକ ସହାୟତା ଏବଂ ଆମ୍ବ ବଗିଚା ର କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀ ପରିବାର ଦାବି କରିଛନ୍ତି। ତାଙ୍କ ଜମିରୁ କେନାଲ ଲାଇନୀଙ୍ଗ କାମ କରିବାକୁ ମଧ୍ୟ ଦାବି କରିଛନ୍ତି।
