ରେଢ଼ାଖୋଲ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ।
# ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗତ ବସନ୍ତ ମହାନନ୍ଦ ଙ୍କ ନାମରେ ନାମିତ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ।
ରେଢ଼ାଖୋଲ ୩୧.୦୮(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୋମବାର ଦିନ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସକାଳୁ ଏନଏସି ପକ୍ଷରୁ ସହରରେ ଥିବା ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ, ଚାଟୁଣୀ ଠାରେ ବୃକ୍ଷ ରୋପଣ, ଏନଏସି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ବିଶେଷକରି ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଉପସ୍ଥିତିରେ ପୂର୍ବତନ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ସ୍ୱର୍ଗତ ବସନ୍ତ କୁମାର ମହାନନ୍ଦ ଙ୍କ ନାମରେ ନାମିତ ନୃତନ ଭାବେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ କରାଯାଇଥିଲା। ଏଥିରେ ତାଙ୍କର ପୁତ୍ର ବିନୋଦ କୁମାର ମହାନନ୍ଦ ଙ୍କୁ ଶ୍ରୀ ଆଚାର୍ଯ୍ୟ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।ଏଥିରେ ସମ୍ମାନନୀୟ ଅତିଥି ଭାବେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷା ଶ୍ରୀମତୀ ଅନୁସୟା ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ମାର୍ଥା ପ୍ରମୁଖ ସମେତ ସମସ୍ତ ୱାର୍ଡ କାଉନସିଲର ମାନେ ଉପସ୍ଥିତ ରହିଥିଲେ। ପରେ ବିଶ୍ୱନାଥପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା ଓ କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉତ୍ସବରେ ଶୁଭ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ଉପସ୍ଥିତ ରହି ସମସ୍ତେ ମିଳିମିଶି ନିଜ ନିଜ କାର୍ଯ୍ୟ ସଦୂପଯୋଗେ ସମ୍ପାଦନ କଲେ ସହର ସୁନ୍ଦର ଭାବରେ ଗଢି ତୋଳିବା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସ୍ବଛସାଥି , ସ୍ବଛକର୍ମୀ ଓ ଚତୁର୍ଥ ଶ୍ରେଣୀ ସଫେଇ କର୍ମଚାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୋଷାକ ବଣ୍ଟନ କରାଯାଇଥିଲା।
