*ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ: ପରେଡ୍ ପ୍ରତିଯୋଗିତାରେ ପି.ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ଖଡ଼ିଆଳ ରୋଡ୍,*
ନୂଆପଡା(ମିଖାଏଲ ନନ୍ଦ)
ତା-୩୧.୦୮.୨୦୨୦୬:
ଖଡ଼ିଆଳ ରୋଡ୍ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି.) ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ରୋଡ୍ ଏନ୍.ଏ.ସି. ଅଧ୍ୟକ୍ଷା ଡକ୍ଟର ସୋନିଆ ଜୈନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ମଞ୍ଚରେ ଉପାଧ୍ୟକ୍ଷ ଶ୍ରୀ ନିଶାନ୍ତ ଡଗା, ନିର୍ବାହୀ ଅଧିକାରୀ ଶ୍ରୀ କୁରୁକ୍ଷେତ୍ର ନାଏକ ଏବଂ ଏନ୍.ଏ.ସି.ର ସମସ୍ତ ସମ୍ମାନିତ କାଉନସିଲର ଉପସ୍ଥିତ ଥିଲେ।ଏହି ସମାରୋହରେ ଏନ୍.ଏ.ସି. ଅଧୀନରେ ଥିବା ବିଭିନ୍ନ ସ୍କୁଲ ଓ କଲେଜରୁ ୨୭ଟି ଦଳ ସମ୍ପୂର୍ଣ୍ଣ ଶୃଙ୍ଖଳା ଓ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଶୋଭାରାମ ରାଉତ ପରେଡ୍ କମାଣ୍ଡର ଭାବେ ପରେଡ୍ ପରିଚାଳନା କରିଥିଲେ। ବିଚାରକମାନେ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଥିଲେ।ଏହି ଅବସରରେ ଏନ୍.ଏ.ସି. ପକ୍ଷରୁ ବିଭିନ୍ନ ଆନ୍ତଃ-ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ତର୍କ, ପ୍ରବନ୍ଧ, କୁଇଜ୍ ଏବଂ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ୬୦ଟି ପୁରସ୍କାର ବିତରଣ କରାଯାଇଥିଲା।ପରେଡ୍ ପ୍ରତିଯୋଗିତାର ବିଜେତା:ଉଚ୍ଚ ବିଦ୍ୟାଳୟ ସ୍ତର (High School Level): ପ୍ରଥମ ପୁରସ୍କାର – ପି.ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖଡ଼ିଆଳ ରୋଡ୍ଉଚ୍ଚ ପ୍ରାଥମିକ ସ୍ତର (U.P. School Level): ପ୍ରଥମ ପୁରସ୍କାର – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଡ଼ିଆଳ ରୋଡ୍ପ୍ରାଥମିକ ସ୍ତର (Primary School Level): ପ୍ରଥମ ପୁରସ୍କାର – କେ.ଜି. ସରାଫ୍ ପବ୍ଲିକ ସ୍କୁଲ, ଖଡ଼ିଆଳ ରୋଡ୍ସମଗ୍ର ମଞ୍ଚ କାର୍ଯ୍ୟକ୍ରମକୁ ଖଡ଼ିଆଳ ରୋଡ୍ ଏନ୍.ଏ.ସି.ର କାର୍ଯ୍ୟାଳୟ ସହାୟକ ଶ୍ରୀ ଗୋବିନ୍ଦ ପଟେଲ ସଫଳତାର ସହ ସଂଯୋଜନା କରିଥିଲେ। ଶେଷରେ ଏନ୍.ଏ.ସି. ନିର୍ବାହୀ ଅଧିକାରୀ ଶ୍ରୀ କୁରୁକ୍ଷେତ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସେ ସମସ୍ତ ବିଦ୍ୟାଳୟ, ଛାତ୍ରଛାତ୍ରୀ, ଶିକ୍ଷକ, କାଉନସିଲର, କର୍ମଚାରୀ, ଗଣମାଧ୍ୟମ ଏବଂ ପୋଲିସ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ।
