*ବଲାଙ୍ଗୀର କୁଶଙ୍ଗ କଲେଜରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ*
*(ବଲାଙ୍ଗୀର ରୁ ପ୍ରଦୀପ କୁମାର ସା)*
*ବଲାଙ୍ଗିର:ଆଜି ତା 29/08/26*
*ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପର ଓ କ୍ରୀଡ଼ା ବିଭାଗ ଏବଂ ସ୍ସୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ “ଖେଲ୍ କି ବାତ୍ ମୋଦି କେ ସାଥ୍” ବଲାଙ୍ଗୀର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ , କୁଶଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ହେଉଛି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଯୁବପିଢ଼ି ଙ୍କ ମଧ୍ୟରେ ବନ୍ଧୁତା , ଆତ୍ମପ୍ରତ୍ୟୟ , ସୁସ୍ଥତା, ଶୃଙ୍ଖଳା ତଥା ଜାତୀୟ ଚେତନାରେ ଉଦବୁଦ୍ଧ ହେବାକୁ ପରାମର୍ଶ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖେଲୋ ଇଣ୍ଡିଆର କୋଚ୍ ରଶ୍ମିତା ଖଟୋଇ , ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଷଡାନନ ରାଉତ୍, ଖେଳ ଶିକ୍ଷକ ରମାକାନ୍ତ ରାଉତ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ୍ କୁମାର ଭୋଇ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ । ଆଶିଷ ସେଠ୍ ଧନ୍ୟବାଦ୍ ଦେଇଥିଲେ। ପ୍ରୋଗ୍ରାମ ଅଫିସର ଡକ୍ଟର ଲକ୍ଷ୍ମଣ କୁମାର ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ଥିଲା*
