*ଅଲେଖ ମହିମା ମଠ ତୁକଲା ଠାରେ ଶ୍ରାବଣ ପୂର୍ଣ୍ଣମୀ ଭାଦ୍ରବ ପ୍ରତିପଦା ରେ ନୂଆଁଖାଇ ପର୍ବ ପାଳିତ, ହର୍ଷ ଉଲ୍ଲାସରେ ବାବାଙ୍କ ସପରିବାର ନୂତନ ଶସ୍ୟକୁ ଅର୍ପଣ କରି ନୂଆଁଖାଇ ଖାଇଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା:୨୮.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅଲେଖ ମହିମା ମଠ ତୁକଲା ଠାରେ ଶ୍ରାବଣ ପୂର୍ଣ୍ଣମୀ ଭାଦ୍ରବ ପ୍ରତିପଦା ରେ ନୂଆଁଖାଇ ପର୍ବ ପାଳିତ, ହର୍ଷ ଉଲ୍ଲାସରେ ବାବାଙ୍କ ସପରିବାର ନୂତନ ଶସ୍ୟକୁ ଅର୍ପଣ କରି ନୂଆଁଖାଇ ଖାଇଛନ୍ତି। ଭାଦ୍ରବ ମାସ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା, ଗଣ ପର୍ବ ପାଳିତ ହୋଇଯାଇଅଛି। ସାମୂହିକ ଭାବରେ ଭାଦ୍ରବ ମାସ ପଞ୍ଚମୀରେ ତିଥିରେ ନୂଆଁଖାଇ ପାଳିତ ହୋଇଯାଇଛି। ହ ଅଲେଖ ଧର୍ମାବଲମ୍ବୀ ସାଧୁ ସନ୍ଥ ଓ ଭକ୍ତ ମାନେ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମାରେ ନୂଆଁ ଖାଇଥାନ୍ତି। ତେଣୁ ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ବାବା ମଠ, ସିନାପାଲି ବାବା ମଠ, ସରଧାପୁର ବାବା ମଠ, ପାତାଳ ଗଙ୍ଗା ବାବା ମଠ, ଦାବ୍ରି ଭୈରାଜପୂର୍ ଆଦିରେ ବାବା ମାନେ ମହା ଆଡମ୍ବର ରେ ନୂଆଖାଇ ପର୍ବ ପାଳନ କରିଛନ୍ତି । ମହିମା ଧର୍ମାବଲମ୍ବୀ ବାବା ପ୍ରଥମେ ନୁଆଁ ଅର୍ଣ୍ଣ ଖାଇଛନ୍ତି। ମଠର ମୁଖ୍ୟ ମଠାଧୀଶ ବାବା ଲଛମନଙ୍କ ସମେତ ସାଧୁସନ୍ଥ ଓ ମହିମା ଭକ୍ତ ନୁଆଁ ଖାଇଥିଲେ। ନୂଆଖାଇ ର ପର୍ବ ପାଳନ ପରମ୍ପରା ସମାନ ଥିବା ବେଳେ ସମୟ ଭିନ୍ନ ହୋଇଥାଏ। ଦେବଦେବୀ ଙ୍କୁ ଲାଗି ହେବା ପୂର୍ବରୁ ମହିମା ଗୋସାଇଁଙ୍କୁ ପ୍ରଥମ ଭୋଗ ପରମ୍ପରା ଅନୁସାରେ ପାଲିତ।
