*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଅଗ୍ନିଶମ କେନ୍ଦ୍ର ପରିସର ମଧ୍ୟ ଆଜି ମକଡ୍ରିଲ କାର୍ଯ୍ୟକ୍ରମ, ଖୁସିରେ ଛାତ୍ର ଛାତ୍ରୀମାନେ ଅଗ୍ନୀଶମ କର୍ମଚାରୀଙ୍କୁ ପିନ୍ଧାଇଲେ ରାକ୍ଷୀ*
ନୂଆପଡା(ମିଖାଏଲ ନନ୍ଦ)
ତା: ୨୭/୦୮.
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ସହ ବାଜି ଲଗାଇ ଲୋକଙ୍କ ଜୀବନ କୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେଇଛନ୍ତି ଅଗ୍ନିଶମ ବାହିନୀ। ସେହି ସ୍ୱେଚ୍ଛାସେବୀ ଙ୍କୁ ରାକ୍ଷୀ ପିନ୍ଧାଇ ତାଙ୍କ ଜୀବନ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ଛାତ୍ର ଛାତ୍ରୀ। ଆଜି ମୁସକାନ ଇଣ୍ଟରନେସନାଲ ସ୍କୁଲ ପକ୍ଷ ରୁ ଅଗ୍ନିଶମ କେନ୍ଦ୍ର ପରିସର ମଧ୍ୟରେ ମକଡ୍ରିଲ୍ କରିଥିଲେ। ଅଗ୍ନି ଉପରେ ଆୟତ୍ତ ପାଇବା, ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ, ସହ ଅଗ୍ନି ଲିଭାଇବା ବିଭିନ୍ନ ଉପାୟ ପ୍ରଦର୍ଶିତ କରିବା ସହ ଦୁର୍ଘଟଣା ସମୟରେ ଫସିଥିବା ଚାଳକଙ୍କୁ ଉଦ୍ଧାର କରିବା ବିଭିନ୍ନ ମାଧ୍ୟମ ପ୍ରଦର୍ଶିତ କରିଥିଲେ। କୌଣସି ବିପଦ ଜନକ ପରିସ୍ଥିତି ରେ ଭୟଭିତ ନ ହୋଇ ଶାନ୍ତି ଓ ଶୃଙ୍ଖଳିତ ଉଦ୍ଧାର କରିବାକୁ ଆହ୍ୱାନ କରିଥିଲେ । ମୁସକାନ ଇଣ୍ଟରନେସନାଲ ସ୍କୁଲ ପକ୍ଷ ରୁ ଅଗ୍ନିଶମ ବାହିନୀର ପ୍ରକୃତ ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧି ତାଙ୍କ ଜୀବନ ରକ୍ଷା ଓ ସୁରକ୍ଷା ନେଇ ପ୍ରାର୍ଥନା କରିବା ସହ ମିଠା ବଣ୍ଟନ କରିଥିଲେ। ଅଗ୍ନିଶମ ବାହିନୀ ମଧ୍ୟ ଏହି କୁନି ଶିଶୁଙ୍କ ମଧ୍ୟରେ ଥିବା ଉତ୍ସହ ଦେଖି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସୁରକ୍ଷିତ ବାହାରି ଆସିବା ବିଭିନ୍ନ ଉପାୟ ବତାଇଥିଲେ।
