*ମୋ ଭାରତ ଜାତୀୟ ଖେଳ ଦିବସ ପାଇଁ ସାମ୍ବାଦିକ ସମ୍ମିଳନୀ*
ନୂଆପଡା(ମିଖାଏଲ ନନ୍ଦ) ତା:୨୬.୦୮.
ନୂଆପଡ଼ାରେମୋ ଭାରତ ଜାତୀୟ ଖେଳ ଦିବସ- ୨୦୨୬ ’ ପାଇଁ ପ୍ରସ୍ତୁତି ଜୋରଦାର। ଆସନ୍ତା ୨୭ ଅଗଷ୍ଟରେ ନ୍ୟାସନାଲ କଲେଜ, ନୂଆପଡ଼ାରେ ଆୟୋଜିତ ହେବ ଯୁବକ ଯୋଡ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ। କଲେଜ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇ ସୂଚନା ଦେଇଛନ୍ତି।
ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶକ ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ୬୦ଟି ଅନୁଷ୍ଠାନକୁ ଏଥିପାଇଁ ଚିହ୍ନଟ କରାଯାଇଛି। ନୂଆପଡ଼ାର ନ୍ୟାସନାଲ କଲେଜ ଓ ଖଡ଼ିଆଳ ସ୍ୱୟଂଶାସିତ କଲେଜ ଏଥିରେ ସାମିଲରହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ସମ୍ବୋଧନ ସହ କ୍ରୀଡ଼ାବିତ୍, ଜନପ୍ରତିନିଧି ଓ ଯୁବପିଢ଼ିଙ୍କୁ ନେଇ ଆଲୋଚନା ଓ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ, ଶୃଙ୍ଖଳା, ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣ ପ୍ରତି ଦାୟିତ୍ୱବୋଧ ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ଜିଲ୍ଲା ଯୁବ ଅଧିକାରୀ ନୂଆପଡାଅଙ୍କିତ ଶର୍ମା, ନେସନାଲ କଲେଜ ଅଧ୍ୟକ୍ଷ ହିତେଶ ସାହୁ, କ୍ରୀଡ଼ା ଅଧ୍ୟାପକ , ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ।
