ଗଞ୍ଜେଇ ବ୍ୟବସାୟ ରୋକିବାରେ ସଫଳତାର ଚରମ ସୀମାରେ କାଲିମେଳା ପୋଲିସ।
କାଲିମେଳା -୨୬/୦୮/୨୦୨୬
ରିପୋର୍ଟ – ସୁକୁମାର ମଣ୍ଡଲ
କାଲିମେଳା ପୋଲିସର ଲଗାତାର ସଫଲତା। ଆଉ ଥରେ ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛନ୍ତି କାଲିମେଳା ପୋଲିସ। କୌଣସି ଏକ ଗୁପ୍ତ ସୂତ୍ରରୁ ଖବର ଖବର ପାଇ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏବଂ ତାଙ୍କ ଟିମ୍ କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତର ଏମ୍ ଭି ୭୩ ଗ୍ରାମ ପାଖରୁ ୧ ଟନ ୨୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଗଞ୍ଜେଇ ବାହାରକୁ ଚାଲାଣ କରିବା ପାଇଁ ଏମ୍ ଭି ୭୩ ଗ୍ରାମ ପାଖରେ ଗଚ୍ଛିତ କରି ରଖାଯାଇଥିଲା। ଏହି ଚଢ଼ାଉ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଜାରି ରହିଥିବା ବେଳେ ଏସ ଆଇ ଶ୍ରୀଯୁକ୍ତ ପି କେ ସାବତ ଏହାର ନେତୃତ୍ୱ ନେଇଥିଲେ। ଏଥିରେ କେହି ଏରେଷ୍ଟ ହୋଇ ନଥିବା ବେଳେ ଏନଡିପିଏସ ଆକ୍ଟ ୧୯୩/୨୦୨୬ ରେ ଏକ ମାମଲା ରୁଜୁ କରି କାଲିମେଳା ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
