*ଗାଁ ମୁହାଁ ତହଁକ୍ କୁଟୁମ୍* ।
*ତହଁକ୍ କୁଟୁମ୍ ର “ହଜଲା ରସ ନୁରମା” ଆସ କାର୍ଯ୍ୟକ୍ରମ* ll
*ତା 25/08/26( ନି ପ୍ର= ପ୍ରଦୀପ କୁମାର ସା, ବଲାଙ୍ଗିର)*
*ଚନ୍ଦନଭାଟୀ ଠାରେ କୋଶଲି ଭାଷା ର ସୁରକ୍ଷା ପାଇଁ ତହଁକ କୁଟୁମ ର ନିଆରା କାର୍ଯ୍ୟକ୍ରମ “ହଜଲା ରସ ନୁରାମା ଆସ” ଲୁକି ଯାଉଥିବା ବଖାନି ଓ ଲୋକ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଲୋକ ସଂସ୍କୃତି ଉପରେ ଡ଼. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଦିଲିପ କୁମାର ପୁରୋହିତ, ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ନିଜ ନିଜ ବକ୍ତବ୍ୟ ରଖିଥିଲେ। ନୁଆଁଖାଇ ଉପଲକ୍ଷେ ତହଁକ କୁଟୁମ ତରଫରୁ ଗାଁ ଗାଁ କୁ ଯାଇ ଲୋକ କଳା, ଲୋକ ସଂସ୍କୃତି, ଲୋକ ଗିତ ପ୍ରତିଯୋଗିତା ତଥା ସୁରକ୍ଷା ପାଇଁ କାର୍ଯ୍ୟକ୍ରମ କରିବ ବୋଲି ସମ୍ପାଦକ ରାଜେଶ ଦଣ୍ଡସେନା କହିଥିଲେ। ପରେ ପରେ ବଖାନି ରଜା ସମ୍ମାନ ରେ କବି କିଶୋର ପଟେଲ ଏବଂ ଅକୃର ବାଗକୁ ସମ୍ମାନିତ କରା ଯାଇଥିଲା ଓ ଭାଷା ପ୍ରତି ସମର୍ପିତ କବି ନିତ୍ୟାନନ୍ଦ ଜୁଏଡ଼ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିଲିପ କୁମାର ଥନାପତି ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଲେ ଦେବେନ୍ଦ୍ର ମିସ୍ତ୍ରୀ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ।ବଖାନି ଆସର ରେ ବହୁସଂଖ୍ୟାରେ ଲୋକ ଯୋଗଦେଇ ପ୍ରଶ୍ନୋତ୍ତର ମାଧ୍ୟମରେ ପୁରୁଣା ସ୍ମୃତିକୁ ବଖାଣି ଉତ୍ସୁକତାର ସହ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋପୀନାଥ ଦଣ୍ଡସେନା, ଘନ ମେହେର, ନିକିତା ସା,ସାଲିନି ସା, ପ୍ରସନ୍ନ ଗଡତିଆ, ଭବାନୀ ମିଶ୍ର, ବିବେକା ପ୍ରଧାନ, ଗରିବ ମଲ୍ଲିକ, ସଂକୀର୍ତ୍ତନ ମହାଲିଙ୍ଗ, ମନୋରଞ୍ଜନ ସା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମିଲନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଲେ ଜ୍ୟୋତିରାଣୀ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ଶେଷରେ ନିତ୍ୟାନନ୍ଦ ଜୁଏଡ଼ ଧନ୍ୟବାଦ ଅର୍ପଣ କରିଥିଲେ*।
