ତାଳଚେରରେ କାଉଡ଼ିଆଙ୍କ ପାଇଁ ନିଆରା ସେବା କାର୍ଯ୍ୟକ୍ରମ
ରିପୋର୍ଟ: ମନୋଜ ରାଉତ
ଆଙ୍କର:ତାଳଚେର: ଶେଷ ଶ୍ରାବଣ ସୋମବାର ଅବସରରେ ଶିବଭକ୍ତ ବୋଲବମ କାଉଡ଼ିଆଙ୍କ ସେବା ଓ ସହଯୋଗ ପାଇଁ ତାଳଚେର ପଶ୍ଚିମେଶ୍ୱର ଶିବ ମନ୍ଦିର ନିକଟରେ ଆୟୋଜିତ ହୋଇଥିଲା ଏକ ନିଆରା ସେବା ଶିବିର।
ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଓ ଦୀପକ ଡ୍ରେସ ହାଉସର ମାଲିକ ଦୀପକ ଅଗ୍ରୱାଲଙ୍କ ମିଳିତ ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା।
ଶିବିରରେ କାଉଡ଼ିଆ ଭକ୍ତମାନଙ୍କୁ ଚା, କ୍ଷୀର, ବିସ୍କୁଟ, ହାଲୁଆ, ଉପମା, ଖିରି ଓ ଥଣ୍ଡା ପାଣି ଯୋଗାଇ ଦିଆଯାଇଥିଲା। ଦୀର୍ଘ ପଥ ଅତିକ୍ରମ କରୁଥିବା ଭକ୍ତମାନଙ୍କୁ ବିଶ୍ରାମ ଓ ଆବଶ୍ୟକ ସହଯୋଗ ଯୋଗାଇବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଏଥିରେ ଫାଉଣ୍ଡେସନର ସଦସ୍ୟ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଯୁବକମାନେ ଉପସ୍ଥିତ ରହି ଭକ୍ତମାନଙ୍କ ସେବା କରିଥିଲେ।
“ସେବା ହିଁ ଧର୍ମ, ମାନବ ସେବା ହିଁ ମାଧବ ସେବା”—ଏହି ବାର୍ତ୍ତା ସହ ଆଗାମୀ ଦିନରେ ମଧ୍ୟ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଅନୁଗୋଳ ତାଳଚେର ରୁ ମନୋଜ ରାଉତ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
