ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଯୁବ ସାମ୍ବାଦିକଙ୍କୁ ମହାରଣା ତ୍ମକ ଆକ୍ରମଣର ଶିକାର
ରିପୋର୍ଟ _ ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୌରିପୁର ପଞ୍ଚାୟତରେ ଜଣେ ଯୁବ ସାମ୍ବାଦିକଙ୍କୁ ମାରାତ୍ମକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଫୋକସ,ପ୍ଲସ ର ଯୁବ ସାମ୍ବାଦିକ ସଞ୍ଜୟ ନାୟକ ଏବଂ ଖବର ଦର୍ପଣ ର ଯୁବ ସାମ୍ବାଦିକ ସୁଶାନ୍ତ କୁମାର ଜେନା କୁ ଗୌରପୁର ପଞ୍ଚାୟତର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଘଟଣା ପରେ ସଞ୍ଜୟ ନାୟକଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ର ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସାମ୍ବାଦିକଙ୍କ ଉପରେ ଆକ୍ରମଣ ଭଳି ନିନ୍ଦନୀୟ ଘଟଣା ଗଣମାଧ୍ୟମର ସ୍ୱାଧୀନତା ଓ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଏଵେ ପ୍ରଶ୍ନ ଉଠାଇଛି।
ଏହି ଘଟଣାରେ ପୋଲିସ କି ପଦକ୍ଷେପ ନେଉଛି, ତାହା ଆଗକୁ ବାକି ରହିଲା। ତେବେ ଘଟଣାର ପ୍ରକୃତ ସତ୍ୟା , ସତ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ଜଣାପଡ଼ିବ।
