*ଚାଉଳଧୁଆ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଖଡ଼ିଆଳ ବିକାଶ ମଞ୍ଚ ପକ୍ଷ ରୁ ଦାବୀ, ଆବଶ୍ୟକ ପଦକ୍ଷେପ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ* ନୂଆପଡା (ମିଖାଏଲ ନନ୍ଦ)
ତା:୨୪.୦୮.
ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ସ୍ଥିତ ଚାଉଳଧୁଆ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଖଡ଼ିଆଳ ବିକାଶ ମଞ୍ଚ ପକ୍ଷ ରୁ ଦାବୀ, ଆବଶ୍ୟକ ପଦକ୍ଷେପ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରାକୃତିକ ଶୋଭାରାଜି ରେ ଭରପୁର ଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟ ପ୍ରକୃତିର ଭୂସ୍ବର୍ଗ କହିଲେ ଅତ୍ୟୁଚି ହେବ ନାହିଁ। ସୁନାବେଡ଼ା ଅଭୟାରଣ୍ୟରେ ଅନେକ ସବୁଜ ବନାନୀ ମଧ୍ୟରେ ସୋନ୍ଦ୍ରଜ୍ୟ ବୃଦ୍ଧି କରୁଥିବା ଜଳ ପ୍ରପାତ। ସତରେ ସବୁଜ ବକ୍ଷରେ ଧଳ ରଙ୍ଗର ଶାଢୀ ପିନ୍ଧିଥିବା ଜଳ ରାଶି ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିପାରିଛନ୍ତି। ବର୍ତ୍ତମାନ ଏହି ଅଳ୍ପ ଦିନ ମଧ୍ୟରେ ନିଜର ସେତନ୍ତ୍ର ପରିଚୟ ବହନ କରି ପର୍ଯ୍ୟଟକ ଙ୍କୁ ବେଶ୍ ଆକର୍ଷିତ କରିପାରିଛି।
୧. ଜଳ ପ୍ରପାତ ଚାଉଳ ଧୁଆଲ ନାମରେ ବେଶ୍ ପରିଚିତ। ଏହି ପର୍ଯ୍ୟଟନ ସ୍ଥଳୀ କୁ ଓଡ଼ିଶା ଜଳ ପ୍ରପାତ ମାନଚିତ୍ରରେ ସ୍ଥାନିତ କରିବା।
୨. ଚଉଳଧୁଆ ଜଳ ପ୍ରପାତ କୁ ସ୍ଥାୟୀ ସଡକ ପଥ ନିର୍ମାଣ,
୩. ମହିଳା ଙ୍କ ସୁରକ୍ଷା ଦୃଷ୍ଟି ରୁ ଅସ୍ଥାୟୀ ପୋଷାକ ପରିବର୍ତ୍ତନ କୋଠରୀ,
୪. ଗାଧୁଆ ଘାଟ ନିର୍ମାଣ,
୫. ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ କ୍ଷଣିକ ବିଶ୍ରାମ ଗାର,
୬. ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟି ରୁ ଶୌଚାଳୟ ନିର୍ମାଣ
ଆବଶ୍ୟକ ପଦକ୍ଷେପ ପାଇଁ ଜିଲ୍ଲାପାଳ ଙ୍କୁ ବିଶେଷ ରୂପେ ସମ୍ପାଦକ ଖଡ଼ିଆଳ ବିକାଶ ମଞ୍ଚ ତପନ ଦାସ ଅନୁରୋଧ କରିଛନ୍ତି।
