*ସୋସିଆଲ ମେଡିଆ ର ପ୍ରଭାବ ମୃତକଙ୍କ ପରିବାରକୁ ସାହାଯ୍ୟର ସୁଅ*
ଚିକିଟି , (ଶ୍ରୀବତ୍ସ ସାହୁ ) ଚିକିଟି ଚାନ୍ଦପୁର ନିକଟବର୍ତ୍ତୀ ଗୈ।ଡ଼ଗାଁ ର ନୁଆସାହି ନିବାସୀ ଗୋବିନ୍ଦ ମହାରଣାଙ୍କ ଆକସ୍ମିକ ମୃତ୍ୟୁ ଖବର ବିଭିନ୍ନ ସୋସିଆଲ ମେଡିଆ ,ଓଡିଶା ରିପୋର୍ଟର ରେ ପ୍ରକାଶ ହେବା ସହ ତାଙ୍କ କନ୍ୟା ଗ୍ରାମବାସୀଙ୍କୁ ସାହାଯ୍ୟ ମାଗୁଥିବା ଖବର ମଧ୍ୟ ପ୍ରସାର ହୋଇଥିଲା। ଯାହା କି ଗଞ୍ଜାମର ସମଗ୍ର ବିଶ୍ୱକର୍ମା ସମାଜ ଓ ବୁଦ୍ଧିଜୀବିମାନେ ଏହାକୁ ଗୁରୁତର ମନେ କରି ମାନବିକତା ଦୃଷ୍ଟିରୁ ସହାୟତା କରିବାକୁ ଆଗେଇ ଆସିଥିଲେ। ଦଶାହ ଓ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ଅଭାବ କୁ ଦେଖି ପ୍ରଥମେ ସ୍ବର୍ଗତ ଗୋବିନ୍ଦ ମହାରଣାଙ୍କ ବଂଶଭାଇ ମାନେ(କୁଠାରୀ ବଂଶ) ସଭାପତି ସୀମାଞ୍ଚଳ ମହାରଣାଙ୍କ ନେତୃତ୍ୱରେ ୧୭୮୦୦ ଟଙ୍କା ସଂଗ୍ରହ କରିଥିଲ ଓ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ । ତା ପର ଦିନ ବ୍ରହ୍ମପୁରର ବିଶ୍ବକର୍ମା ମହାସଂଘ ତରଫରୁ କାମ ରାଜୁ ମହାରଣାଙ୍କ ଅନୁରୋଧ କ୍ରମେ ୬୫୦୦ ଟଙ୍କା ସଂଗ୍ରହ କରି ସୀମାଞ୍ଚଳ ମହାରଣାଙ୍କ ଦ୍ବାରା ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ।ଆଜି ସ୍ବର୍ଗତ ଗୋବିନ୍ଦଙ୍କ ମୃତ୍ୟୁର ନ ଅ ଦିନ ପଣା ଅବସରରେ ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜର 34 ତାଲୁକା ର ସଭାପତି ଶ୍ରୀ ସନ୍ତୋଷ ମହାରଣା ଙ୍କ ନେତୃରେ ଅଧିକାଂଶ ତାଲୁକା କର୍ମକର୍ତ୍ତା ଏକତ୍ରିତ ହୋଇ, ସ୍ୱର୍ଗତ ଗୋବିନ୍ଦ ମହାରଣା ଙ୍କ ବାସଭବନକୁ ଯାଇ ଶୋକାକୁଳ ପରିବାର କୁ ଆଶ୍ବାସନା ଦେବା ସହିତ ସମବେଦନା ଜଣାଇଥିଲେ । ଅସହାୟ ପରିବାର କୁ ପ୍ରତ୍ୟକ ତାଲୁକା ରୁ କିଛି କିଛି ମିଳିଥିବା ଅର୍ଥରାଶି ସମୁଦାୟ 31,000 ଅର୍ଥ ରାଶି ପ୍ରଦାନ କରାଗଲା ! ତା ସହିତ 4 ପକେଟ ଚାଉଳ , ଏକ ଆଳୁ ପକେଟ ଓ କିଛି ବସ୍ତ୍ର ପ୍ରଦାନ କରାଯାଇଥିଲା ।ବିଭିନ୍ନ ତାଲୁକାରୁ ଆସିଥିବା ସଭାପତି ଗଣ, 22ତାଲୁକା ଦଣ୍ଡପାଟ ରାଜଶ୍ରୀ ମହୋଦୟ ଓ ଅନାନ୍ୟ କର୍ମକର୍ତ୍ତା ମାନେ ସେହି ବାପ ଛେଉଣ୍ଡ ତିନିଜଣ ପିଲା ଙ୍କ ହାତରେ
ଏହି ଅର୍ଥ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ସନ୍ତୋଷ ମହାରଣା ବ୍ୟକ୍ତିଗତ ଭାବେ ତାଙ୍କର ଅକର୍ମଣ୍ୟ ମାଙ୍କ ହାତରେ ଟ ୧୦୦୦/- ପ୍ରଦାନ କରିଥିଲେ ! ସେହି ଗ୍ରାମର ସରପଞ୍ଚ ଙ୍କୁ ଅନୁରୋଧ କରି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ଉପସ୍ଥିତ ଥିବା ସମସ୍ତ କୂଳ ଭାଇ ମାନେ ପ୍ରତ୍ୟକ କ୍ଷେତ୍ରରେ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏଥିରେ ବଡଖେମୁଣ୍ଡି ତାଲୁକା , ପୂର୍ବଖଣ୍ଡ ତାଲୁକା , ଚିକିଟି ତାଲୁକା , ସୋରଡ଼ା ତାଲୁକା , ଶେରଗଡ଼ ତାଲୁକା , ସୁରଙ୍ଗୀ ତାଲୁକା ଅନାନ୍ୟ ତାଲୁକା ର କର୍ମକର୍ତ୍ତା ଗଣ ଯୋଗ ଦେଇଥିଲେ । ଅସୁବିଧା ସମୟରେ ବିଶ୍ଵକର୍ମା କୁଳ ଭାଇମାନଙ୍କ ଏପ୍ରକାର ସହଭାଗିତାକୁ ଗ୍ରାମବାସୀ ପ୍ରଶଂସା କରିଥିଲେ।
