
ବସ୍ତା (ସେଖ ଆଜାରୁଦ୍ଦିନ) : ଉତ୍ତର ବାଲେଶ୍ବର ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ା। ବାଲେଶ୍ବର ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଳକର 50 ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି। ଯାହା ଫଳରେ ବିଭିନ୍ନ ଗାଁ ରେ ପାଣି ପଶିବା ସହ ହଜାର ହଜାର ହେକ୍ଟର ଜମି ରେ ପନିପରିବା ଓ ଧାନ ତଳି ନଷ୍ଟ ହେଇଛି। ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଏହା ହେଉଛି ଦ୍ବିତୀୟ ବନ୍ୟା। ଏନେଇ ରଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ା ସ୍ୱତନ୍ତ୍ର ଏକ ହେଲିକପ୍ଟର ଯୋଗେ ଭୋଗରାଇ ବ୍ଲକ ବିନ୍ଧାପଦ୍ମପୁର ସ୍ଥିତ ହେଲିପ୍ୟାଡ଼ରେ ପହଂଚି ଭୋଗରାଇ ଲକ ଠାରୁ ପାୱାର ବୋର୍ଟ ଯୋଗେ ବିଭିନ୍ନ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି, ଏହାପରେ ସଡକ ପଥରେ ବାଲିଆପାଳ ବ୍ଲକ ର ବିଭିନ୍ନ ବନ୍ଯାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିବା ସହ ବିଭିନ୍ନ ବିଭାଗ ର ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି।