ପିଇବା ପାଣି ପାଇଁ ବ୍ଲକ ରେ ଧାରଣା ଦେଲେ ଗ୍ରାମବାସୀ
ମୋରଡା, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଜଳ କଷ୍ଟ ଦେଖିବାକୁ ମିଳିଛି। ଉକ୍ତ ବ୍ଲକ ଅଧୀନ ଚିତ୍ରଡା ପଞ୍ଚାୟତର ପୁରୁଣାପାଣି ଗ୍ରାମରେ ଆଜକୁ ପନ୍ଦର ଦିନ ହେବ ବସୁଧା ଟାଙ୍କିରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏବାବଦରେ ଗ୍ରାମବାସୀ ଚିତ୍ରଡା ସରପଞ୍ଚ ଏବଂ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଗ୍ରାମବାସୀ ମାନେ କେନାଲ ପାଣିକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଏବଂ ଦୂଷିତ ପାଣିକୁ ପିଉଛନ୍ତି ମଧ୍ୟ। ତେଣୁ ଆଜି ବାଧ୍ୟ ହୋଇ ଗ୍ରାମର ସମସ୍ତ ଗ୍ରାମବାସୀ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ଏବଂ ଉକ୍ତ ପାଣି ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଦେଖିବାକୁ ବାକି ରହିଲା କେବେ ଚିତ୍ରତା ଗ୍ରାମରେ ଜଳ ସଙ୍କଟ ଦୂର ହେବ ଏବଂ ଗ୍ରାମବାସୀ ମାନେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
