ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
_________________
ସାରସକଣା,(୨୦/୮/୨୬):(ନି.ପ୍ର):
ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ର ଶକ୍ତି ଶ୍ରୀ ସଶକ୍ତି କରଣ ବିଭାଗ ପକ୍ଷରୁ ଏକ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷିଣ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଭାରପ୍ରାପ୍ତ ଅଧକ୍ଷ ଅନିଲ କୁମାର ଝା ଉଦ୍ ଘାଟନ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ ସୁରକ୍ଷା ସଂଯୋଜିକା ଆଧ୍ୟାପିକା ତ. ପ୍ରାଚୀ ପ୍ରଭା ପଢିଆରୀ ଙ୍କ ନେତୃତ୍ଵରେ ମହାବିଦ୍ୟାଳୟର ଯୁକ୍ତତିନି ପାଠ୍ୟକ୍ରମର ୫୦ ଜଣ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ନେଉଛନ୍ତି । ପ୍ରଶିକ୍ଷିକା ଭାବେ ଉତ୍ତର ଓଡିଶା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲର ତାଲିମ ପ୍ରାପ୍ତ ପ୍ରଶିକ୍ଷିକା ଯଶୋଦାମଣୀ ସିଂ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶ ମୁତାବକ ଉକ୍ତ ତାଲିମ ଶିବିର ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିବା ସହିତ ଏହି ପରି ଆଗମୀ ଦିନରେ ମହାବିଦ୍ୟାଳୟ ପକ୍ଷରୁ ୧୨ ଗୋଟି ଗୁପ୍ ମାଧ୍ୟମରେ ପର୍ଯ୍ୟାୟ କ୍ରମେ ମୋଟ ୬୦୦ ଜଣ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ମହାବିଦ୍ୟାଳୟର ଶକ୍ତି ଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ସୂଚନା ମିଳିଛି ।
ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
