ଜାତୀୟ କଂଗ୍ରେସ ତରଫରୁ ଲେମ୍ଭାଇ ଠାରେ BL-2 ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ଭଞ୍ଜନଗର-୧୮/0୮(ପ୍ରଫୁଲ୍ଲ କୁମାର ମହାରଣା) ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେମ୍ଭାଇ କରଡ଼ାବଣୀ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଶ୍ରୀ ଦଣ୍ଡପାଣି ପାତ୍ରଙ୍କ ସଭାପତିତ୍ବରେ କଂଗ୍ରେସ ଦଳ ତରଫରୁ BL-2,ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦଣ୍ଡପାଣି ପାତ୍ରଙ୍କ ସମେତ ପ୍ରଦେଶ ମହିଳା ସମାଜ କର୍ମୀ ଚିନ୍ମୟୀ ପ୍ରଧାନ, ଭଞ୍ଜନଗର ବ୍ଲକ କାର୍ଯ୍ୟକାରୀ ସଭାପତି ଶ୍ରୀ ନରସିଂହ ଗୌଡ଼, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ଶ୍ରୀ ରଜନୀ କାନ୍ତ ବିଶ୍ୱାଳ, ଭଞ୍ଜନଗର ନଗର ସଭାପତି ଶ୍ରୀ ପ୍ରମୋଦ କୁମାର ଭୂୟାଁ, ଜଗନ୍ନାଥ ପ୍ରସାଦ ନଗର ସଭାପତି ଶ୍ରୀ ସିମାଞ୍ଚଳ ନାୟକ, ଭଞ୍ଜନଗର ବ୍ଲକ ଜୋନ ସଭାପତି ଜଗନ୍ନାଥ ଗୌଡ଼, ବୀରେନ୍ଦ୍ର କୁମାର ଗୌଡ଼, ତୋଫାନ ବିଷୋୟୀ, ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟକାରୀ ଭିକାରି ସେଠୀ, ଉପସଭାପତି ଶେଷଧର ମାଝୀ ସହିତ ରବୀନ୍ଦ୍ର ସାହୁ, ଅଶୋକ ଗୌଡ଼, ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଉକ୍ତ ବୈଠକରେ ବୁଥ ସ୍ତରୀୟ ଭୋଟିଙ୍ଗ ପ୍ରକ୍ରିୟା ଓ ଭୋଟର ତାଲିକା ସଂଶୋଧନ ସହ ଭୋଟିଙ୍ଗ ପ୍ରକ୍ରିୟାରେ ହେଉଥିବା ବିଭିନ୍ନ ଦୁର୍ନୀତି ଏବଂ ଜନସାଧାରଣ ରେ ହେଉଥିବା ନିର୍ବାଚରେ ଘୋଟଲା ବିଷୟରେ ଆଲୋକପାତ କରାଯାଇଥିଲା। ଯେପରି ଆଗାମୀ ନିର୍ବାଚନରେ ଠିକ ମତଦାନ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା।
