*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ଠାରେ ଆବଶ୍ୟକ ଥିବା ରୋଗୀଙ୍କୁ ରକ୍ତଦାନ କରି ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଲେ ଦୁଇ ସ୍ୱେଛାସେବୀ*
ନୂଆପଡା(ମିଖାଏଲ ନନ୍ଦ) ତା:୧୮.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ ଠାରେ ଆବଶ୍ୟକ ଥିବା ରୋଗୀଙ୍କୁ ରକ୍ତଦାନ କରି ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଲେ ଦୁଇ ସ୍ୱେଛାସେବୀ। ଖଡ଼ିଆଳ ମିଶନ ହସ୍ପିଟାଲରେ ବିରେଶକେଲା ଗ୍ରାମର ନେପୁର ଦାସ ଚିକିତ୍ସାଧୀନ ଥିବା ରୋଗୀ ଙ୍କୁ ସଞ୍ଜିତ ପାତ୍ର ଏବଂ ଚିନ୍ମୟ ସିଂ ବାରିକ୍ ଦୁଇ ସ୍ୱେଛାସେବୀ ‘ O+ve ପାଜିଟିଭ ରକ୍ତଦାନ କରି ମହାନତା ର କାର୍ଯ୍ୟ କରିଛନ୍ତି। ସମାଜ ରେ ଅନ୍ୟକୁ ସହାୟତା କରିବା ଏକ ଅନନ୍ୟା ପରମ୍ପରା ଥିବା ବେଳେ ନିଶ୍ଚିତ ରୂପେ ଆବଶ୍ୟକ ଥିବା ଵ୍ୟକ୍ତି ସହାୟତା ସମାଜରେ ଉତ୍ତମ ବ୍ୟବସ୍ଥା ଏବଂ ଶୃଙ୍ଖଳିତ ସମାଜ ରୂପେ ପରିଚୟ ବହନ କରେ।
