ଆଗରପଡ଼ା କଲେଜ ପ୍ରତିଷ୍ଠା ଦିବସ
ଆଗରପଡ଼ା,(ସ ନିପ୍ର) ଆଗରପଡ଼ା କଲେଜ ୪୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଡିଓ ସୀତାକାନ୍ତ ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି କଲେଜର ସ୍ଵତନ୍ତ୍ରତା ସଂପର୍କରେ ଆଲୋକପାତ କରିଥିଲେ । କେଉଁଝର ଡିଡି କଲେଜ ଅବସରପ୍ରାପ୍ତ ପ୍ରଫେସର କ୍ଷୀରୋଦ ସାମଲ ମଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ଯକ୍ଷ ଶାନ୍ତନୁ ଜେନାଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଅଧ୍ଯାପିକା ସାବିତ୍ରୀ ମଂଜରୀ ଦାସ ସ୍ୱାଗତଭାଷଣ, ଡେମନଷ୍ଟ୍ରେଟର ମହେଶ୍ୱର ମଲ୍ଲିକ ଅତିଥି ପରିଚୟ, ଅଫିସ ଇନଚାର୍ଜ ଅଶୋକ ସାହୁ ବିବରଣୀ ପାଠ ଓ ଅଧ୍ୟାପକ ଡଃ ସେକ ଅବଦୁଲ ଗଫାର ଅଲି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାକ୍ତନ ଅଧ୍ଯକ୍ଷା ପ୍ରେମଲତା ଦାଶ,ପ୍ରାଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ଡେମନଷ୍ଟ୍ରେଟର ରାଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ ।
