
ଗୋପାଳପୁର, -କରାପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରସ୍ଵତୀ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ପାଢ଼ୀ କର୍ତ୍ତା ଭାବେ ଯୋଗ ଦେଇ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୂଜା,ହୋମ ରେ ବିଦ୍ୟାଳୟ ପରିବେଶ ଅତ୍ୟନ୍ତ ଆନନ୍ଦ ମୟ ହେଉଥିଲା।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ପାଢ଼ୀ,ପ୍ରଦୀପ ପଣ୍ଡା,ସୁଶାନ୍ତ କୁମାର ନାୟକ,ଶିବାନନ୍ଦ ମିଶ୍ର,ପ୍ରମୋଦ ପଟ୍ଟନାୟକ,ଯୋଗେନ୍ଦ୍ର ସ୍ୱାଇଁ,ରାମା ରାଓ,ଶିକ୍ଷୟିତ୍ରୀ କ୍ରିଷ୍ଣା ଦାସ,ପ୍ରମିଳା ସାହୁ,ଉପସ୍ଥିତ ରହି ବିଦ୍ୟା ଦାତ୍ରୀ ମା ସରସ୍ଵତୀ ଙ୍କୁ ସ୍ମରଣ କରି ଆଶୀର୍ବାଦ ଲାଭ କରିଥିଲେ।