ଝାରପୋଖରିଆ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ
___________________
ସାରସକଣା, (୧୮୵୮୵୨୬):(ନି.ପ୍ର.):ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ୮୦ ତମ ସ୍ଵାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହିତ ପାଳିତ ହୋଇଛି ।ଆଜି କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମୟୁରଭଞ୍ଜ (୨) ର ଡ.ଦେବାଶିଷ ମାରାଣ୍ଡି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସାରସକଣା ବ୍ଳକ ସଭାପତି ଶ୍ରୀ ମଣି ଶଙ୍କର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଉତ୍ସବ ରେ ବିଜେଡି ର ବହୁ ବରିଷ୍ଠ ନେତା,ଯୁବ ଓ ଛାତ୍ର ଆଗ ଧାଡିର କର୍ମକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।ଏହି ସ୍ୱାଧୀନତା ଦିବସ ପାଳନ ସହିତ ଏକ ଆଲୋଚନା ସଭା ର ଆୟୋଜନ କରାଯାଇଥିଲା, ଯେଉଁ ଥିରେ ଦଳର ସାଂଗଠନିକୁ ସୁଦୃଢ କରିବା ସହିତ ଦେଶ ଓ ରାଜ୍ୟର ପ୍ରଗତି ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଡ.ମାରାଣ୍ଡି ତାଙ୍କ ମତବ୍ୟକ୍ତ ରଖି ଥିଲେ ।କାର୍ଯ୍ୟକ୍ରମ ଶେଷରେ ଶେଷରେ ଉପସ୍ଥିତ ରାଜ୍ୟ ସମ୍ପାଦକ ଦୀପକ ମଢିଆଳ, ଜିଲ୍ଲା ସହ ସମ୍ପାଦକ ସତ୍ୟ କିଙ୍କର ପରିଡା, ଜିଲ୍ଲା ସମ୍ପାଦକ ବିଶ୍ଵଜିତ ମହାନ୍ତି, ଅଜୟ ମଣ୍ଡଳ, କ୍ଷେତ୍ର ମୋହନ ବେହେରା, ବିଶି କେଶନ ଗିରି, ଅନିଲ କୁମାର ସାହୁ, ଟିନା ନାୟକ, ନାରାୟଣ ବେହେରା, ଖଗେଶ୍ଵର ବେହେରା, ଅକ୍ଷୟ କୁମାର ସାହୁ, ସତ୍ୟଜିତ ଦତ୍ତ,ବିନୟ ଭୋଲ,ସୁମନ ମଢ଼ଆଳ,କୁନୁ ରାମ ସିଂ ପ୍ରମୁଖ କର୍ମୀ, ନେତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।ସାରସକଣା ବ୍ଳକ ରୁ ଭଞ୍ଜଦୂତ ଖବର ପ୍ରତିନିଧି ଅନିଲ କୁମାର ସାହୁଙ୍କ ରିପୋର୍ଟ ।
