*ନୂଆପଡ଼ା ଜିଲ୍ଲା ବୋଡ଼େନ ଠାରେ ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୪/୦୮
ନୂଆପଡ଼ା ଜିଲ୍ଲା ବୋଡ଼େନ ଠାରେ ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ। ହୋଇଯାଇଅଛି। ଦେଶର ପ୍ରଥମ ସମ୍ମାନ ସ୍ପଦ ପରିଚୟ ତ୍ରିରଙ୍ଗା କୁ ଏକତା ସହ ସମ୍ମାନ ଦେବା ପାଇଁ ଆହ୍ୱାନ କରି ଭାରତର ଗର୍ବ ଓ ଗୌରବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ନାଗରିକ, ଛାତ୍ର ଛାତ୍ରୀ, ସରକାରୀ ବେସରକାରୀ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏମବିକେ, ସିଆରସି, ଅଧ୍ୟାପକ ଅଧ୍ୟାପିକା, ଅଙ୍ଗନୱାଡି କର୍ମୀ ଏବଂ ଶିଶୁ ଓ ମହିଳା ବିକାଶ ବିଭାଗୀୟ କର୍ମଚାରୀ ସହ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲମ୍ବୋଦର ନିଆଁଲ , ବୋଡ଼େନ ବିଡିଓ ଚିନ୍ମୟ ନାଏକ, ବ୍ଲକ ଅଧ୍ୟକ୍ଷା ପ୍ରେମଶିଲା ନାଏକ, ବ୍ଲକ ଉପାଧ୍ୟକ୍ଷା, ବିଜେପି ପୂର୍ବତନ ସଭାପତି ଅତିନ୍ଦ୍ରସିଂ ମଲ୍ଲିକ, ପାତାଳଗଙ୍ଗା ମଣ୍ଡଳ ସଭାପତି ନିମଲ୍ବର୍ ମେହେର, ସପନେଶ୍ୱର ସଭାପତି ମଣ୍ଡଳ ରାଜୁ ହେର୍ଣ୍ଣା, ବିଜୁପଟ୍ଟନାୟକ ଜୁନିୟର କଲେଜ ଗୟାଧର ମହାନ୍ତି, ବୋଡ଼େନ ଡିଗ୍ରୀ କଲେଜ ଅଧ୍ୟକ୍ଷ ଅବନୀ ଖମାରୀ, ଥାନା ଅଧିକାରୀ ଧର୍ମେନ୍ଦ୍ର ମାଝୀ, ସହ ବହୁ ସଚେତନ ନାଗରିକ ମାନେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଏକ ବିରାଟ ରେଲି ବୋଡ଼େନ ପରିକ୍ରମା କରି ଘରେ ଘରେ ତ୍ରିରଙ୍ଗା ର ମହତ୍ଵ ଉପରେ କହିଥିଲେ।
