* *କୋମନା ଉପନିବନ୍ଧକ କାର୍ଯ୍ୟାଳୟ ରେ ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ଜମି ବିକ୍ରି ଅଭିଯୋଗ, ଜାଲ ଆଧାର କାର୍ଡ ଜମି ବିକ୍ରି, ଜମି ଚୋରୀ ଘଟଣା ସମ୍ପୃକ୍ତ ଵ୍ୟ ଲକ୍ତି ଏବଂ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଜିଲ୍ଲାପାଳଙ୍କ ଦ୍ୱରଷ୍ଟ*
* ନୂଆପଡ଼ା( ମିଖାଏଲ ନନ୍ଦ)
* ତା-୧୩/୦୮
* ନୂଆପଡା ଜିଲ୍ଲା ର କୋମନା ଉପନିବନ୍ଧକ କାର୍ଯ୍ୟାଳୟ ରେ ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ଜମି ବିକ୍ରି ଅଭିଯୋଗ, ଜାଲ ଆଧାର କାର୍ଡ ଜମି ବିକ୍ରି, ଜମି ଚୋରୀ ଘଟଣା ସମ୍ପୃକ୍ତ ଵ୍ୟ ଲକ୍ତି ଏବଂ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଜିଲ୍ଲାପାଳଙ୍କ ଦ୍ୱରଷ୍ଟ ହୋଇଛନ୍ତି। ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ୪ ଏକର ୪୦ ଡିସିମିଲ ଜମି ଚୋରି ଘଟଣା ଅଭିଯୋଗl ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଧିନରେ ଥିବା ଚାନ୍ଦୋପଲା ଗାଁରେ l ପ୍ରକୃତ ଜମି ମାଲିକ ଜାଣି ପାରିବା ପରେ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାରଙ୍କ ପାଖରେ ଅଭିଯୋଗ କରିଛନ୍ତି l
ରାତାରାତି ଚୋରୀ ହୋଇ ଯାଇଛି ୪ ଏକର ୪୦ ଡିସିମିଲ ଜମି l ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗାଁରେ ସତ୍ୟନାରାୟଣ ପ୍ରଧାନୀଙ୍କ ନାମରେ ୪ ଏକର ୪୦ ଡିସିମିଲ ଚାଷ ଜମି ଥିଲା l କିନ୍ତୁ ସତ୍ୟନାରାୟଣ ପ୍ରଧାନୀ ଏବେ ଫସଲ ବୀମା କରିବା ପାଇଁ ତାଙ୍କ ଜମି ପଟ୍ଟା ଧରି ସମବାୟ ସମିତିକୁ ଯାଇ ଥିଲେ l ସେଠାରୁ ଜଣା ପଡିଲା ଯେ ତାଙ୍କ ନାମରେ ଆଉ ଜମି ନାହିଁ, ସବୁ ବିକ୍ରୀ ହୋଇ ଯାଇଛି l ଜାଣିବା ପରେ ପରିବାର ସହ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାରଙ୍କୁ ସତ୍ୟନାରାୟଣ ପ୍ରଧାନୀ ( ଅଭିଯୋଗକାରୀ ପ୍ରକୃତ ଜମି ମାଲିକ) ଶାନ୍ତି ପ୍ରଧାନି ( ସତ୍ୟନାରାୟଣଙ୍କ ସମ୍ପର୍କୀୟ) ନବୀନ ଚନ୍ଦ୍ର ପ୍ରଧାନୀ ( ସତ୍ୟନାରାୟଣଙ୍କ ସମ୍ପର୍କୀୟ) ସହ ପରିବାରର ଅନ୍ୟ ସଦସ୍ୟମାନେ ଆସି ଜଣାଇଛନ୍ତି l ପୂର୍ବପୁରୁଷଙ୍କ ଜମି ରାତାରାତି ବିକ୍ରୀ ହୋଇ ଯିବା ପରେ ପରିବାର ସହ ସତ୍ୟନାରାୟଣ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାରଙ୍କୁ ଜଣାଇ ଥିଲେ l ଯାହା ଜଣା ପଡ଼ିଲା, କୌଣସି ଜଣେ ନକଲି ଆଧାର କାର୍ଡ କରି ନିଜେ ସତ୍ୟନାରାୟଣ ପ୍ରଧାନୀ ପରିଚୟ ଦେଇ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଗାଁର ପର୍ଶୁରାମ ପାଢ଼ୀଙ୍କ ପାଖରେ ସବୁ ଜମି ବିକ୍ରି କରି ଦେଇଛି l ଅଭିଯୋଗ ପାଇଲା ପରେ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ କୋମନା ଥାନାରେ ଏକ ଏତଲା ଦେଇଛନ୍ତି l ପୋଲିସ ପକ୍ଷରୁ ତଦନ୍ତ ହେଲେ ସବୁ ସତ ଜଣା ପଡ଼ିବ ବୋଲି ସେ କହିଛନ୍ତି l
ଜମି ଚୋରୀ ଏହି କେଲେଙ୍କାରୀରେ ବିନା ଅଧିକାରୀଙ୍କ ଅଜାଣତରେ ହେବା ଅସମ୍ଭବ l ପ୍ରକୃତ ଜମି ମାଲିକ ତାଙ୍କ ଜମି ଫେରି ପାଉଛନ୍ତି କି ନାହିଁ ତାହା ସମୟ କହିବ l
