*ନୂଆପଡ଼ା ସୀମାନ୍ତ ସିନାପାଲି ବ୍ଲକରେ ଉଦନ୍ତୀ ବେରେଚ ନିର୍ମାଣ, କେନ୍ଦ୍ର ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନା ଅଂଶ, କଲାହାଣ୍ଡି ସାଂସଦ ମାଳବିକା ଦେବୀ ଲୋକ ସଭା ରେ ଗୁରୁତ୍ଵ ରୋପ, କୃଷକ ଶକ୍ତି ସଙ୍ଗଠନ ପ୍ରତିନିଧି ସଲ ଗସ୍ତ*
ନୂଆପଡା(ମିଖାଏଲ ନନ୍ଦ) ତା:୧୩.୦୮.
ଉଦନ୍ତୀ ବେରେଚ ନିର୍ମାଣ ନେଇ ପ୍ରସ୍ତାବିତ ଥିବା ବେଳେ କେନ୍ଦ୍ର ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନାର ଏକ ଅଂଶ ବିଶେଷ ଅଟେ। ଏହି ପ୍ରକଳ୍ପ ଦ୍ୱାରା ୮ ହଜାର ହେକର ଜମି ଜଳ ସେଚିତ ହେବାର ଲକ୍ଷ ରହିଅଛି। କଲାହାଣ୍ଡି ସାଂସଦ ମାଳବିକା ଦେବୀ ଲୋକ ସଭା ରେ ଗୁରୁତ୍ଵ ରୋପ କରିଛନ୍ତି। ସିନାପାଲି ଅଞ୍ଚଳ ଏକ ମରୁଡ଼ି ପ୍ରବଣ ଅଞ୍ଚଳ ଅଟେ। ଏହି ପ୍ରକଳ୍ପ ନିଶ୍ଚିତ ରୂପେ କୃଷି ଏବଂ କୃଷକ ଙ୍କ ସମୃଦ୍ଧି କରିବ। ଜଳ ସ୍ତର ବୃଦ୍ଧି ହେବ ସହ ଜଳ ସମସ୍ୟା ଦୂରୀଭୂତ ହେବ। ସେହିପରି, କେନ୍ଦ୍ର ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନା ଅଂଶ ବିଶେଷ ହୋଇଥିବା ରୁ ପ୍ରକଳ୍ପ ନିର୍ମାଣ ନିତାନ୍ତ ଜରୁରୀ ଅଟେ। ଜମି କୁ ଜଳ, ଚାଷୀଙ୍କୁ ଧାନ ମୂଲ୍ୟ, ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ଜିଲ୍ଲା କୃଷକ ଶକ୍ତି ସଙ୍ଗଠନ ପ୍ରତିନିଧି ଦଳ ପ୍ରସ୍ତାବିତ ଉଦନ୍ତୀ ବେରେଚ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସର୍ଭେ ହୋଇଥିବା ଖୁଣ୍ଟ ଦେଖିବାକୁ ପାଇଥିବା ବେଳେ ଦୁଇ ଗୋଟି ପାହାଡ ସହ ମଝିରେ ଥିବା ଏକ ଡଙ୍ଗର କୁ ବନ୍ଦ ବାନ୍ଧିବେ। ବଳିହାର୍ପାଟ ଲିପଡ଼ଛୁଆଁ ଦୁଇ ଗୋଟି ପାହାଡ ମଧ୍ୟରେ ଥିବା କାପୁ ଡଙ୍ଗରୀ ଠାରେ ଏକ ଏଫ୍ ଆର ଏଲ ଚିହ୍ନଟ ହୋଇ ସର୍ଭେ ଖୁଣ୍ଟ ମିଲିଅଛ। ଏହି ସ୍ଥାନ ରେ ଡେମ ନିର୍ମାଣ ହେବା ପାଇଁ ଉପଯୁକ୍ତ ସ୍ଥାନ କୁ କୃଷକ ପ୍ରତିନିଧି ଦଳ ଗସ୍ତ କରିଥିଲେ। ସିନାପାଲି ଏବଂ ବୋଡ଼େନ ଅଞ୍ଚଳର ଅନେକ ଜମି ଜଳ ସେଚିତ ହେବ। ଅଞ୍ଚଳ ଶସ୍ୟ ଶ୍ୟାମଳା ହେବା ସହ ସବୁଜ ବିପ୍ଳବ ହେବ ବୋଲି କୃଷି ଶକ୍ତି ସଙ୍ଗଠନ ଆବାହକ ସ ତିୱାରୀ ପ୍ରକାଶ କରିଛନ୍ତି।
