(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
କୋକସରା: ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ନିଶାମୁକ୍ତ ଭାରତ’ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହି ଅବସରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିକଶିତ ଭାରତ ସ୍ପନ୍ଦନ ଅଭିଯାନ’ ଆରମ୍ଭ କରାଯାଇଛି।
ଏହି ଅଭିଯାନ ଅଧୀନରେ କୋକସରା ବ୍ଲକର ଲଡୁଗାଁ, କୋକସରା, ମାଝୀଗୁଡା ଓ ଆମପାଣି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ ଅନୁଷ୍ଠିତ ହୋଇଛି।
ଲଡୁଗାଁ ବ୍ରହ୍ମାକୁମାରୀ ଶାଖାର ସଂଚାଳିକା ଲତା ଭଉଣୀଙ୍କ ତତ୍ତ୍ୱାବଧାନରେ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ, ଲଡୁଗାଁ ଉଚ୍ଚ ବିଦ୍ୟାଳୟ, କୋକସରା ଯୁକ୍ତ ୨ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଜବାହର ଉଚ୍ଚ ବିଦ୍ୟାଳୟ ଏବଂ ମାଝୀଗୁଡା ଉଚ୍ଚ ବିଦ୍ୟାଳୟରେ ପର୍ଯ୍ୟାୟକ୍ରମେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପରିଣାମ ସମ୍ପର୍କରେ ସଚେତନ କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଲତା ଭଉଣୀଙ୍କ ସହ ଅଶୋକ କୁମାର ଅଗ୍ରୱାଲ, ମୁରାରିଲାଲ ଅଗ୍ରୱାଲ, ଅମୟ ଦାସ, ଲିଲି ଭଉଣୀ ଓ ମୋତି ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କୋକସରା ଯୁକ୍ତ ୨ କଲେଜର ଅଧ୍ୟକ୍ଷ ଉପେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ମଲ୍ଲିକ, ମାଝୀଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦାସ, ଜବାହର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୀମାରାଣୀ ସିଂ, ବନିତାରାଣୀ ଦତ୍ତ, ଖେଳ ଶିକ୍ଷକ ଅମିତ ମହାନ୍ତି, ଲଡୁଗାଁ କଲେଜର ଅଧ୍ୟକ୍ଷ ଡ. ନିହାରକାନ୍ତ ପଣ୍ଡା, ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ, ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୁଦ୍ଧିରାମ ନାଏକ, ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର ମାଝୀ, ଭାଗ୍ୟବାନ ବାଗଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ନିଶାମୁକ୍ତ ଅଭିଯାନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ଏଭଳି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଯୁବସମାଜ ନିଶାର କୁପରିଣାମରୁ ସୁରକ୍ଷିତ ରହିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ ପାଇଥିଲା।
