*ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଶିକ୍ଷାକେନ୍ଦ୍ର ତଦାରଖ କମିଟି ପରିଦର୍ଶନ, ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ରେ ସୁଧାର ଆଣିବାକୁ କମିଟିର ଅନୁରୋଧ*
ନୂଆପଡା(ମିଖାଏଲ ନନ୍ଦ) ତା:୧୨.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଶିକ୍ଷାକେନ୍ଦ୍ର ତଦାରଖ କମିଟି ପରିଦର୍ଶନ, ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ରେ ସୁଧାର ଆଣିବାକୁ କମିଟିର ଅନୁରୋଧ କରିଛନ୍ତି। ଆଜି ତଦାରଖ କମିଟି ସଦସ୍ୟ ମାନେ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ବିଲ୍ଡିଙ୍ଗ ଦେଖିବାକୁ ପରିଦର୍ଶନ କରିଥିଲେ। ସମସ୍ତ ସୁବିଧା ଥିବା ବେଳେ ବକେୟା ଥିବା ଅନ୍ୟ ସବୁ ବ୍ୟବସ୍ଥା କୁ ତୁରନ୍ତ ଶେଷ କରିବାକୁ କମିଟି ସଦସ୍ୟ ମାନେ ଦାବି କରିଥିଲେ। ବିଶେଷ ରୂପେ ଶିକ୍ଷକ ସରକାରୀ ବାସଭବନ ଏବଂ ସ୍କୁଲ ମଧ୍ୟରେ ପାଚେରୀ, ଅତିରିକ୍ତ ନୂତନ ସି – ଟାଇପ୍ ର କ୍ୱାର୍ଟର ନିର୍ମାଣ, କମ୍ପ୍ୟୁଟର ଲେବ ଏବଂ ଅଧ୍ୟକ୍ଷ କୋଠରୀରେ ଶୀତଳ ତାପଉଷ୍ଣ ଯନ୍ତ୍ର ଖଞ୍ଜିବା, ଲେବ ମାନଙ୍କ ରେ ଫର୍ନିଚର୍ ବ୍ୟବସ୍ଥା, କ୍ରୀଡ଼ା ପାଇଁ ପଡ଼ିଆ ର ଉନ୍ନତି କରଣ, ଏସମ୍ବଳି ହଲ୍ ଷ୍ଟେଜ ରେ ପଙ୍ଖା ଖଞ୍ଜିବା, ତିନୋଟି ପ୍ରାଣୀ ହାତୀ ଜିରାଫ ଏବଂ ଡାଇନୋସର ଡିଜାଇନ୍ ରେ ବର୍ଜ୍ୟବସ୍ତୁ ଆକୃତି ନିର୍ମାଣ କରି ଚାରା ରୋପଣ, ବିଦ୍ୟୁତ ପାଇଁ ସ୍ଥାନ ଥିବା ପ୍ଲାଇଉଡ ସଟର, ତିନି ମହଲା କୋଠାରେ ଛାତ୍ର ଛାତ୍ରୀଙ୍କ ପାଇଁ ପାନୀୟ ଜଳ ଆରୋ ଫିଲ୍ଟର ସହ କୁଳର ଖଞ୍ଜିବା, ସିସି ଟିଭି କେମେରା ଖଞ୍ଜିବା, ପାଇଁ ପ୍ରସ୍ତାବ ଦେଇଛନ୍ତି। କମିଟିରେ ଆଜି ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ, ଖଡ଼ିଆଳ ତହସିଲଦାର ନରସିଂହ ଗଡବା, ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ସଦସ୍ୟ ତପନ ଦାସ , ରାକେଶ ମଲୋହତ୍ରା ପ୍ରମୁଖ ପରିଦର୍ଶନ କରିଥିଲେ।
