*ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲ ଉପରେ ସଚେତନତା କାର୍ଯ୍ୟକ୍ରମ* ନୂଆପଡା(ମିଖାଏଲ ନନ୍ଦ) ତା:୧୨.୦୮.
ନୂଆପଡା ଜିଲ୍ଲା ର କୋମନା ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତା ପରିସରରେ ଆଜି “ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ” ଯୋଜନା ଅଧୀନରେ ଏକ ବିଦ୍ୟାଳୟସ୍ତରୀୟ ସଚେତନତା ନୂଆପଡା ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଘଠନ ସି ପି ଏସ ଡବ୍ଲୁ, କେନ୍ଦୁଭଟା ଦ୍ୱାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋମନା ବ୍ଲକ୍ର ସହକାରୀ କୃଷି ଅଧିକାରୀ ସୌଦାମିନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ପ୍ରଧାନ ଏବଂ ଲଖନଲାଲ ମୀନା ରିଷୌରସ ପର୍ସନ ଭାବେ ଯୋଗଦେଇ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ଗୁରୁତ୍ୱ, ପୁଷ୍ଟିଗୁଣ, ପାରମ୍ପରିକ ଓ ସାଂସ୍କୃତିକ ମହତ୍ତ୍ୱ, ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମରେ ୩୬୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲ ଉପରେ ବିତର୍କ ପ୍ରତିଯୋଗିତା, ପାରମ୍ପରିକ ଖାଦ୍ୟ ଲେଖନ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିଥିଲେ।
