ଝାରଵେଡା ଗ୍ରାମରେ ଯୁବକଙ୍କୁ ଗୁଳିମାଡ଼। ଜଙ୍ଘରେ ଆନୁମାନିକ ଦଶରୁ ଅଧିକ ଗୁଳି ମାଡ। ଯୁବକ ଗୁରୁତର ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ବାଲିମି ଥାନା ଝାରବେଡା ଗ୍ରାମ ରେ ହୋଇଛି ଗୁଳିମାଡ। ଗୁଳିର ଶୀକାର ହୋଇଥିବା ଯୁବକଙ୍କ ନାମ ଵିନ ନାଏକ । କିଛି ଲୋକଙ୍କ କହିବା ଅନୁସାରେ ତିନିଜଣ ଯୁବକ ଗୁଳି ମାଡ କରି ବାଡ଼ି ପଛପଟେ ଥିବା ପୋଖରୀ ହୁଡ଼ାରେ ପକେଇ ଦେଇ ଚାଲି ଯାଇଥିଲେ। ଆନୁମାନିକ ଦଶଟି ଗୁଳି ତାଙ୍କ ଜଙ୍ଘ ରେ ମରାଯାଇଛି। ତେବେ ପରିବାର ବର୍ଗ ଜାଣିବା ପରେ ହିନ୍ଦୋଳ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ତେବେ ଗୁଳିକାଣ୍ଡ ଘଟାଇ ଥିବା ଯୁବକ ମାନଙ୍କୁ ଏଯାବତ ଚିହ୍ନଟ କରାଯାଇ ପାରି ନଥିବା ବେଳେ ବାଲିମି ପୋଲିସ ଛାନଭିନ୍ ଜାରି ରଖିଛି। ବିନ ନାଏକଙ୍କ ନାମ ରେ ଏକାଧିକ ଅପରାଧିକ ମାମଲା ରହିଥିବାର ପୋଲିସ ପକ୍ଷରୁ ସୂଚନା ମିଳୁଥିବା ବେଳେ ଅପରାଧିକ ସାଙ୍ଗସାଥୀ ମାନଙ୍କ ସହିତ ମନୋମାଳିନ୍ୟରୁ ଏପରି ଗୁଳିକାଣ୍ଡ ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି
