ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଟଣା ଠାରେ ଜାତୀୟକୃମି ନାଶକ ଦିବସ ପାଳନ
ଏହି କାର୍ଯ୍ୟକ୍ରମ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।କାର୍ଯକ୍ରମରେ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ପତିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯକ୍ରମରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର ନାୟକ , ପି, ଏଚ, ଇ ଓ ଭାଗିରଥୀ ବେହେରା, ଶଶିଭୂଷଣ ସେଠୀ ପ୍ରମୁଖଙ୍କ ଉପସ୍ଥିତି ରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନଙ୍କୁ କୃମି ନାଶକ ଦିବସ ଉପରେ ବୁଝାଇ ଥିଲେ।ଏହି ଦିବସରେ ସମସ୍ତେ କୃମି ନାଶକ ବଟିକା ଖାଇ କ୍ରୁମିକୁ ମୂଳୋତ୍ପାଟନ କରିବାକୁପରାମର୍ଶ ଦେଇଥିଲେ। ଏହା ପରେ ମୁଖ୍ୟ ଅତିଥି ନିଜେ କୃମି ନାଶକ ବଟିକା ଖାଇ ଛାତ୍ରଛତ୍ରୀମାନଙ୍କୁ ବଟିକା ଖୁଆଇଥିଲେ।କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
