କି ଯୁଗ_ହେଲାରେ
କୋଟି ଜନ୍ମର ପୁର୍ଣ୍ୟ ବଳେ ଦୁର୍ଲଭ ମଣିଷ ଜନ୍ମ ମିଳିଥାଏ ବୋଲି ଆମେ ଶୁଣିଛନ୍ତି ! କିନ୍ତୁ ଜାପାନର ‘ଯଶୋ’ ନାମକ ଜଣେ ବିଶିଷ୍ଟ ବ୍ୟବସାୟୀ ନିଜକୁ ମଣିଷରୁ କୁକୁର ଆକୃତି ପାଇଁ ପାଖାପାଖି ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ! ଅବିକଳ କୁକୁର ଭଳି କାନ ଏବଂ ମୁହଁର ଆକୃତି ମଧ୍ୟ ସମାନ ! କୁକୁର ଭଳି ଲାଞ୍ଜ ଥିଲେ ମଧ୍ୟ ହାତ ଏବଂ ଗୋଡ଼ ଦୁଇଟି କିନ୍ତୁ ମଣିଷ ଭଳି ! ବେକରେ ବେଲ୍ଟ ସହିତ ଦେହ ସାରା ରଙ୍ଗ କିନ୍ତୁ ତାଙ୍କର ଏହି ଅଜବ ଇଛା ପାଇଁ ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ମଣିଷରୁ କୁକୁର ବନିଥିବା ‘ଯଶୋ’ ! ଦୁନିଆରେ ମଣିଷର ବିଭିନ୍ନ ପ୍ରକାର ଇଚ୍ଛା ଥାଏ କିନ୍ତୁ ଏମିତି ମଣିଷରୁ କୁକୁର ବନିବାର ଇଛା ଟିକେ ଅଡୁଆ ଲାଗୁଛି ନିଶ୍ଚିତ ! ତେବେ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିଲେ ମଧ୍ୟ ଏହାର ସତ୍ୟତା ନେଇ କିନ୍ତୁ ଏବେ ବି ଲୋକମାନେ କେହି ବିଶ୍ୱାସ କରିପାରୁନାହାନ୍ତି ଜମା ! ଘଟଣା ଯାହାବି ହେଉ କଳିଯୁଗରେ ଯେ କିଛି ବି ଅସମ୍ଭବ ନୁହେଁ, ଆମକୁ ମାନିବାକୁ ପଡିବ ନିଶ୍ଚିତ !
