ଗୋଲାପ ମଣି ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ମାନଙ୍କର ପ୍ରଗତି ମୋଡୁଲ-୨ ପ୍ରଶିକ୍ଷିଣ ଶିବିର
___________________
ସାରସକଣା,(୯/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷିଣ ବିଭାଗର ଅଧ୍ୟକ୍ଷଙ୍କ ଚ଼ିଠି ସଂଖ୍ୟା ୯୫୪ ତା ୩/୮/୨୦୨୬ ନିର୍ଦ୍ଦେଶାନୁଯାୟୀ ଜାତୀୟ ଶିକ୍ଷା ନୀତି-୨୦୨୦ କୁ ଆଧାର କରି ବୃତ୍ତିଗତ ସାମଗ୍ରିକ ବିକାଶ ନିମନ୍ତେ ପ୍ରତିଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଏକ ପ୍ରଶିକ୍ଷଣ ଶିବିର “ପ୍ରଗତି ମୋଡୁଲ-୨” ର ଏକ ବ୍ଲକ ସ୍ତରୀୟ ୨ୟ ପର୍ଯ୍ୟାୟ ପ୍ରଶିକ୍ଷିଣ ଶିବିର ଗତକାଲି ୭ ତାରିଖ ଶୁକ୍ରବାର ଦିନ ସାରସକଣା ବ୍ଲକ ଶିକ୍ଷା ଜିଲ୍ଲା ଅଧିନସ୍ଥ ଗୋଲାପମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ ଯାପିତ ହୋଇ ଯାଇଛି। ତିନି ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରକୁ ଗତ ୫ ତାରିଖ ବୁଧବାର ଦିବା ୧୦ ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଶିକ୍ଷକ ଓ ପ୍ରଶିକ୍ଷଣ ସଂସ୍ଥାର ସାରସକଣା ବ୍ଲକ କୋଅଡ଼ିନେଟର ରୂପାଲି ରଚନା ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରକୁ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁମନ୍ତ କୁମାର ନାଏକ ଶୁଭ ଉଦ୍ ଘାଟନ କରିଥିଲେ । ଏହି ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ସାରସକଣା ବ୍ଲକର ୫୭ ଗୋଟି ପ୍ରାଥମିକ/ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ କାର୍ଯ୍ୟରତ ମୁଖ୍ୟ ଶିକ୍ଷୟତ୍ରୀ ଶିକ୍ଷକଗଣ “ପ୍ରଗତି ମୋଡୁଲ-୨” ର ତାଲିମ ଗ୍ରହଣ କରିଥିଲେ । ଶିବିରରେ ପ୍ରଶିକ୍ଷିକ ଭାବେ ଶଙ୍କୁଚ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ସାହୁ, ହରିଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପାନ୍ଧଡ଼ାର ଶିକ୍ଷକ ଯାମିନୀ କାନ୍ତ ପଣ୍ଡା ଓ ରତିଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମ ରଞ୍ଜନ ପରିଡା ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ପ୍ରଣୀତ ଜାତୀୟ ଶିକ୍ଷାନୀତି-୨୦୨୦ ର ବିଭିନ୍ନ ବୃତ୍ତିଗତ ସାମଗ୍ରୀକ ବିକାଶ ଦିଗ ଗୁଡ଼ିକ ମଧ୍ୟରେ ଯଥା: – ଶୌଖିକ , ଭୌତିକ , ସାମାଜିକ ବିଷୟକୁ ଆଧାର କରି ପ୍ରଧାନଶିକ୍ଷକ ମାନେ କିପରି ବିଦ୍ୟାଳୟର ଉନ୍ନତିକରଣ ତଥା ଛାତ୍ରୀଛାତ୍ର ମାନଙ୍କୁ ଉନ୍ନତମାନର ଜ୍ଞାନକୌଶଳରେ ଶିକ୍ଷା ପ୍ରଦାନ କରି ତାଙ୍କ ଭବିଷ୍ୟତ କିପରି ବିକାଶ କରିବେ ସେ ଦିଗରେ ମାର୍ଗ ଦର୍ଶନ ଦିଆଯାଇଥିଲା । ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
