ଝାରପୋଖରିଆ ଗ୍ରାମପଞ୍ଚାୟତରେ କ୍ଲାଇମେଟ୍ କୁ ନେଇ ସଚ଼େତନତା ସଭା
___________________
ସାରସକଣା,(୯/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସାରସକଣା ବ୍ଲକ ଅଧୀନ ଝାରପୋଖରିଆ ପଞ୍ଚାୟତ ରେ ପଞ୍ଚାୟତ ପକ୍ଷରୁ କ୍ଲାଇମେଟ୍(ଜଳବାୟୁ ପରିବର୍ତ୍ତନ) ସମ୍ପର୍କିତ ଏକ ସଚ଼େତନତାମୂଳକ ସଭା ଆୟୋଜିତ ହୋଇଥିଲା । ଏହି ସଚ଼େତନତା ସଭା ଏବଂ ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ସାରସକଣା ନିର୍ବାଚ଼ନ ମଣ୍ଡଳୀର ମାନ୍ୟବର ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ ମାଳତୀ ସିଂ, ପଞ୍ଚାୟତର ସମସ୍ତ କର୍ମଚାରୀ ,ସମସ୍ତ ୱାଡ଼ ମେମ୍ବର, ପଞ୍ଚାୟତର ଜନସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ,ଆଜିର ସମୟରେ ଜଳବାୟୁ ପରିବର୍ତ୍ତନ ସାରାବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି । ଏହାର ସିଧାସଳଖ ପ୍ରଭାବ ଆମର ଆମ ଚ଼ାଷ କାର୍ଯ୍ୟ , ଜଳ ସମ୍ପଦ ଏବଂ ଗ୍ରାମୀଣ ଜୀବନ ଜୀବିକା ଉପରେ ପଡୁଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ଆଗାମୀ ଦିନରେ ଜଳବାୟୁ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରିବା ଆଲୋଚନାର ବିଷୟବସ୍ତୁ ଥିଲା । ପଞ୍ଚାୟତ ସ୍ତରରୁ ହିଁ ସଚେତନା ସୃଷ୍ଟି କରିବା ଏବଂ ବ୍ୟାପକ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ ବୋଲି କହିଥିଲେ । ପରିବେଶ ସୁରକ୍ଷା ଓ ସୁସ୍ଥ ଭବିଷ୍ୟତ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ହାଁସଦା କହିଥିଲେ । ଏହା ସହିତ ସ୍ଥାନୀୟ ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ଏକ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ନେତୃବୃନ୍ଦ, ସ୍ବେଚ୍ଛାସେବୀ ଏବଂ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତି ରହି ପରିବେଶ ସନ୍ତୁଳନ ବଜାୟ ରଖିବା ନିମନ୍ତେ ଏହି ସବୁଜ ସଙ୍କଳ୍ପ ଆଗକୁ ବଢାଇବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
