ଗାଁ ରେ ସ୍କୁଲ ନାହିଁ, ୨ କିମି କାଦୁଅ ରାସ୍ତାରେ ପାଠ ପଢିବା ପାଇଁ ଯାଉଛନ୍ତି ଛାତ୍ର ଛାତ୍ରୀ
କୋକସରା, ୦୮/୦୮ (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ) : ଏ ଦୃଶ୍ୟ କୌଣସି ଦୁର୍ଗମ ଜଙ୍ଗଲ ଅଞ୍ଚଳର ନୁହେଁ। ଏ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ଖପରାମାଲ (ଆମ୍ବପଡ଼ା) ର ଚିତ୍ର ଗାଁରେ ଅଙ୍ଗନୱାଡି କେନ୍ଦ୍ର ଅଛି, କିନ୍ତୁ ନାହିଁ ପ୍ରାଥମିକ ବିଦ୍ୟାଳୟ ପାଠପଢ଼ିବା ପାଇଁ ଛାତ୍ର ଛାତ୍ରୀ ମାନେ ପ୍ରାୟ ୨ କିଲୋମିଟର ଦୂର ଖପରମାଳ ଗାଁକୁ ଯିବାକୁ ପଡ଼ୁଛି। ବର୍ଷା ହେଲେ ଏହି ରାସ୍ତାର ଅବସ୍ଥା ଆହୁରି ସାଂଘାତିକ ରାସ୍ତାରେ ଖାଲଖମା, ଚାରିଆଡ଼େ କାଦୁଅ ପଚପଚ ରାସ୍ତା ରେ ପ୍ରତିଦିନ ସ୍କୁଲ ଯାଉଛନ୍ତି ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ କାହାର ହାତରେ ବହି, କାହାରି ପିଠିରେ ସ୍କୁଲ ବ୍ୟାଗ୍। ଆଗରେ କାଦୁଅ ଭର୍ତ୍ତି ରାସ୍ତା। ପାଦ ଖସିଲେ ପଡ଼ିଯିବାର ଆଶଙ୍କା। ତଥାପି ଶିକ୍ଷା ପାଇଁ ଏହି ପଥ ହିଁ ଏମାନଙ୍କ ଭରସା। ଗାଁରେ ସ୍କୁଲ ନଥିବାରୁ ପିଲାଙ୍କୁ ଏତେ ଦୂର ଯିବାକୁ ପଡ଼ୁଛି। ଆଉ ବର୍ଷା ଦିନେ ରାସ୍ତାର ଅବସ୍ଥା ଯୋଗୁଁ ଅଭିଭାବକଙ୍କ ଚିନ୍ତା ମଧ୍ୟ ବଢ଼ିଯାଉଛି। ଅଭିଭାବକଙ୍କ ଅଭିଯୋଗ – ଗ୍ରାମବାସୀଙ୍କ କହିବା କଥା, ଆମ୍ବପଡ଼ାରେ ଦୀର୍ଘଦିନ ହେଲା ପ୍ରାଥମିକ ସ୍କୁଲ ପାଇଁ ଦାବୀ ହୋଇଆସୁଛି। କିନ୍ତୁ ସମସ୍ୟାର ସମାଧାନ ହୋଇନାହିଁ। ଗାଁର ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ପିଲାଙ୍କ ଶିକ୍ଷା ଓ ସୁରକ୍ଷିତ ଯାତାୟାତ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ପ୍ରଶାସନକୁ ପ୍ରଶ୍ନ – ସରକାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ପିଲାଙ୍କୁ ନିକଟରେ ଶିକ୍ଷା ସୁବିଧା ଯୋଗାଇଦେବାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଆମ୍ବପଡ଼ାର ଏହି ଚିତ୍ର କାହିଁକି? ଗାଁରେ ସ୍କୁଲ ନଥିବାରୁ କୁନି ପିଲାଙ୍କୁ କାହିଁକି ୨ କିମି ଦୂର ଯିବାକୁ ପଡ଼ୁଛି? କାଦୁଅ ଓ ଖାଲଖମା ରାସ୍ତାରେ ଛାତ୍ରଛାତ୍ରୀଙ୍କ ଯାତାୟାତ ପ୍ରତି କାହାର ଦାୟିତ୍ୱ? ଆମ୍ବପଡ଼ାବାସୀଙ୍କ ଦାବଵୀ ଗାଁରେ ଶୀଘ୍ର ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଉ ଏବଂ ଖପରମାଳକୁ ଯାଉଥିବା ରାସ୍ତାର ତୁରନ୍ତ ମରାମତି କରାଇବା କୁ ଦାବୀ ହେଉଛି
