ଘରୋଇ ମେସ କୁ ସିଲ୍ କଲା ପ୍ରଶାସନ ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର କଲେଜ ଛକରେ ଥିବା ବ୍ରାଇଟ୍ ଟ୍ୟୁଟାଇରିଆଲ ରେ ରହି ପଢୁଥିବା କେଦାରପୁର ପଞ୍ଚାୟତ କଣ୍ଟାବାକି ଗ୍ରାମ ର ଛାତ୍ର ସତ୍ୟବ୍ରତ ନାୟକ ଙ୍କ ଗତ ଜୁଲାଇ ମାସ ୧୧ ତାରିଖ ଦିନ ପାଣିରେ ବୁଡି ମୃତ୍ୟୁ ବରଣ ହୋଇଥିଲା । ସେଇ ସମୟରେ ପ୍ରଶାସନ ତରଫରୁ ଉକ୍ତ ଶିକ୍ଷାନୁଷ୍ଠାନ ସହିତ ଏକାଧିକ ଶିକ୍ଷାନୁଷ୍ଠାନ ମାନଙ୍କ ଉପରେ ସୋର ତହସିଲଦାର କୃଷ୍ଣ ମୋହନ ସିଂ ଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଆବଶ୍ୟକ କାଗଜପତ୍ର ନଥିବା ସହିତ ପିଲାଙ୍କ ରହିବା ଅନୁପଯୋଗୀ ତତ୍ ସହ ନାନା ଅନିୟମିତତା ପ୍ରଶାସନ ର ଦୃଷ୍ଟି ଗୋଚର କୁ ଆସିଥିଲା।ତଦନ୍ତ ରିପୋର୍ଟ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ ପରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ସନ୍ଧ୍ୟା ସମୟରେ ଉକ୍ତ ସଂସ୍ଥା କୁ ଜଉ ମୁଦ ଲଗାଇ ସିଲ୍ କରାଯାଇଥିଲା। ଏହି ସମୟରେ ଭାରା ପ୍ରାପ୍ତ ତହସିଲଦାର କୃଷ୍ଣ ମୋହନ ସିଂ ପୈର ପାଳିକା କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ୱ ରଞ୍ଜନ ପ୍ରଧାନ, WEO , ସୋର ଥାନା ଏ ଏସ ଆଇ ରଞ୍ଜନ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
