ରେଳ ଷ୍ଟେସନର ୨ୟ ପାଦଚଲା ଓଭରବ୍ରିଜ୍ ନିର୍ମାଣରେ ଅନିୟମିତତା: ଚିନ୍ତାରେ ସୋରବାସୀ
ସୋର(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ)- ବିଭିନ୍ନ ସମୟରେ ସୋରରେ ଅନେକ ଅନୁଷ୍ଠାନ ତରଫରୁ ବିଭିନ୍ନ ରେଳ ଅଧିକାରୀ ତଥା ରାଜନେତା ଙ୍କୁ ଚିଠି ପରେ ସୋର ରେଳ ଷ୍ଟେସନ ରେ ଦ୍ୱିତୀୟ ପାଦଚଲା ଓଭରବ୍ରିଜ୍ ପାଇଁ ସରକାର ଙ୍କ ତରଫରୁ ଟଙ୍କା ପ୍ରଦାନ ହୋଇଥିଲା। କିନ୍ତୁ ନିର୍ମାଣାଧୀନ ଏହି ଦ୍ୱିତୀୟ ପାଦଚଲା ଓଭର ବ୍ରିଜର ପାହଚ ନିର୍ମାଣରେ ଅନିୟମିୟତା ଅଭିଯୋଗ ହୋଇଛି। ଏହି ବ୍ରିଜର ୪ ଓ ୫ ନମ୍ବର ପ୍ଲାଟ ଫର୍ମରେ ପାହୁଚ ନିର୍ମାଣ ପାଇଁ ପକାଯାଇଥିବା ସ୍ଲାପ ଗୁଡ଼ିକ ଯେତିକ ଲମ୍ବ ରହିବା କଥା ସେପରି କରାନଯାଇ ଅଳ୍ପ ଜାଗାରେ ପାହୁଚ ଗୁଡ଼ିକ ଉଚ୍ଚତା ୬/୭ ଇଞ୍ଚ ଏବଂ ଓସାର ୫/୬ ଇଞ୍ଚ କରାଯିବା ଦ୍ୱାରା ଏହି ପାହଚରେ ପାଦ ରଖି ସାରରଣ ଭାବେ ଉଠିବା କଷ୍ଟକର ହେବା ବେଳେ ବରିଷ୍ଠ ବ୍ୟକ୍ତି, ସାନପିଲା ଏବଂ ରୋଗଗ୍ରସ୍ତ ଲୋକମାନଙ୍କ ଉଠିବା ପାଇଁ କଷ୍ଟକର ହୋଇପଡ଼ିବ ବୋଲି ଯାତ୍ରୀମାନେ ଅଭିଯୋଗ କରିଥିଲେ। ଏଠାରେ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ପଚାରିବାରେ ସେ ଏହାକୁ ପରେ ଓସାର କରାଯିବ ବୋଲି ବାହାନା କରିଛନ୍ତି। ଏହି କନ୍ଷ୍ଟ୍ରକସନକୁ ଭାଙ୍ଗି ଏହାକୁ କମ ଉଚ୍ଚତା ଏବଂ ଓସାରିଆ ପାହୁଚ କରିବା ପାଇଁ ଯାତ୍ରୀମାଦେ ଦାବି କରିଛନ୍ତି।
