ବନ୍ୟା ରେ କ୍ଷତିଗ୍ରସ୍ତ କୃଷି ଭିତ୍ତିକ ଚାଷ ଓ ଯୋଜନାର ଆଲୋଚନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)- ଆଜି ପୂର୍ବାହ୍ନରେ ସୋର କୃଷି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ୍ୟା ପରର ଦୁଃଖ ଦୁର୍ଦ୍ଦଶା ଓ କୃଷି କ୍ଷୟକ୍ଷତି ସଂପର୍କରେ ଆଲୋଚନା ହୋଇଥିଲା। କ୍ଷୟକ୍ଷତି ଆକଳନ ପାଇଁ ଆଲୋଚନା ହୋଇଥିଲା। ଆଲୋଚନା ବିଷୟରେ ଗୋପାଳନ, ଛତୁଚାଷ, କୁକୁଡ଼ା ଚାଷ, ଛେଳି ଚାଷ, ପନିପରିବା ଚାଷ ଇତ୍ୟାଦିରେ ନଷ୍ଟ ହୋଇଯାଇଥିଲା ବେଳେ ଚାଷ ଭିତ୍ତିକ ବିଭିନ୍ନ ଯୋଜନାର ତାଲିମ ଦେବା ଓ କୃଷି ଯନ୍ତ୍ରପାତିର ବ୍ୟବହାର ଓ ସବ୍ସିଡି ବିଷୟରେ ଆଲୋଚନା କରିଥିଲେ। ଏଥିରେ ଅଧକ୍ଷ ଅଯୟ କୁମାର ମାଝୀ ପରିଚାଳନା କରିଥିବା ବେଳେ ବିଏଓ ରତିକା ଟୁଟୁ , ଆଦ୍ୟା ସକ୍ତି ସାମଲ, ସୁବାସ ଦୀକ୍ଷତି, ରବି ନାରାୟଣ, ସଞ୍ଜୟ, ସୁବାସିନୀ କର , ଚିତ୍ତରଞ୍ଜନ ସେଠୀଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
