
ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): କୋଟି ଓଡ଼ିଆର ମଉଡ଼ମଣୀ, ସାରା ବିଶ୍ୱବାସୀଙ୍କର ହୃଦସ୍ପନ୍ଦନ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ନୀଳାଦ୍ରୀବିହାରୀ ନୀଳକନ୍ଦର ପୁରୀ ବଡ଼ଦାଣ୍ଡରେ ପାଳିତ ହେଉଥିବା ବେଳେ ,ସାରା ଦେଶରେ,ବିଦେଶରେ ସବୁ ରାଜ୍ୟରେ,ସବୁ ଜିଲ୍ଲାରେ ,ସବୁ ବ୍ଲକ୍, ପଞ୍ଚାୟତରେ ତଥା ଗ୍ରାମେ ଗ୍ରାମେ ଗଳି କନ୍ଦିରେ ପାଳିତ ହୋଇଛି। ସେଥି ମଧ୍ୟରୁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ କୁଶ କ୍ଷେତ୍ର ଗୁଡ଼ ପଞ୍ଚାୟତର ଗୁଡ଼ ଗ୍ରାମରେ ଥିବା ବଳଦେବଜୀଉ ମନ୍ଦିର ଦ୍ୱାରା ଚଳିତ ବର୍ଷର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଖପାଖ ଗ୍ରାମର ବହୁ ଭକ୍ତ ମହାଆଡ଼ମ୍ବର ପୂର୍ଣ୍ଣ ଭକ୍ତି ଭାବରେ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚାଇ ଥିଲେ।ଶଙ୍ଖ,ଘଣ୍ଟା,ଢୋଲ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ଦୁଇ ଦିନ ଧରି ଏ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସଂନ୍ଧ୍ୟାରେ ରଥ ଉପରେ ବଡ଼ ଠାକୁର ବଳଦେବଜୀଉଙ୍କୁ ଦର୍ଶନ କରିଥିଲେ ଭକ୍ତ। ଏହି ପରିପ୍ରେକ୍ଷୀରେ ରାଜ୍ୟ ତଥା ସୋରର ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦ ତରଫରୁ “ଆଦର୍ଶ ରଥଯାତ୍ରା ସେବା” ଅନ୍ତର୍ଗତ ଏକ ଦହି ସର୍ବତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶହ ଶହ ଭକ୍ତ ପରିଷଦ ତରଫରୁ ପ୍ରଦାନ କରାଯାଇଥିବା ପାନୀୟକୁ ଶ୍ରଦ୍ଧାର ସହ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସଭାପତି ପୃଥିବୀ ବେହେରାଙ୍କ ନେତୃତ୍ୱରେ ସଦସ୍ୟ ଚନ୍ଦ୍ରକାନ୍ତଙ୍କ ସଂଯୋଜନାରେ ସକ୍ରିୟ ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ଅତି ଶୃଙ୍ଖଂଳିତ ଭାବେ ଦାୟିତ୍ୱ ସହକାରେ ସମ୍ପାଦନ କରାଯାଇଥିଲା। ରଥଯାତ୍ରା କମିଟି ତଥା ସ୍ଥାନୀୟ ଲୋକ ମାନେ ପରିଷଦର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ।