
ବିଂଝାରପୁର (ସ୍ମୃତିରେଖା ମଲ୍ଲିକ) : ବହୁ ଦିନର ପ୍ରତୀକ୍ଷା ପରେ , ଯାଜପୁର ଜିଲ୍ଲାରେ ଆସନ୍ତା ଜୁଲାଇ ୧/୭/୨୦୨୫ ମଙ୍ଗଳବାର ସମସ୍ତ ହୋଟେଲ , ରେଷ୍ଟୁରାଂଟ , ଜଳଖିଆ ଦୋକାନ , ଷ୍ଟ୍ରୀଟ୍ ଫୁଡ ଆଦି ଖୋଲିବ |
ଏ ନେଇ ଜିଲ୍ଲାପାଳ ପି ଅନ୍ୟେଷା ରେଡ୍ଡୀ ଚିଠି ସଂଖ୍ୟା ୪୮୬୩ , ତା .୨୮/୬/୨୦୨୫ ଶନିବାର ଏକ ନିର୍ଦେଶ ନାମା ଜାରି କରିଛନ୍ତି |
ଦୋକାନ ଖୋଲା ରଖିବା ସମୟରେ ପରିମଳ ବ୍ୟବସ୍ଥା, ଖାଦ୍ୟ ରଖୁଥିବା ସ୍ଥାନ ଏବ ଶୁଦ୍ଧ ଜଳ ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ନିର୍ଦେଶ ନାମାରେ ସୂଚନା ପ୍ରଦାନ କରିଛନ୍ତି | ଏ ନେଇ ଜିଲ୍ଲାର ସମସ୍ତ ତହସିଲଦାର , ପୌରପରିଷଦର ନିର୍ବାହୀ ଅଧିକାରୀ, ଯାଜପୁର ପୌରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ ଓ ସମସ୍ତ ଥାନା ଅଧିକାରୀଙ୍କୁ ଏହି ଚିଠି ମାଧ୍ୟମରେ ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ଅବଗତ କରିଛନ୍ତି |
ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିବାରୁ ଜିଲ୍ଲାପାଳ ଙ୍କ ନିର୍ଦେଶ ଅନୁସାରେ ସମସ୍ତ ହୋଟେଲ , ଜଳଖିଆ ଦୋକାନ , ରେଷ୍ଟ୍ରୁରାଣ୍ଟ , ଜଳଖିଆ ଦୋକାନ , ଷ୍ଟ୍ରିଟ୍ ଫୁଡ , ଓ ମୃଦୁ ପାନୀୟ କାରଖାନା ଓ ଷ୍ଟ୍ରିଟ୍ ଫୁଡ ଆଦିକ ବନ୍ଦ ରଖାଯାଇଥିଲା |
ଏହା ମଧ୍ୟରେ ଡାଇରିଆର ପ୍ରଭାବ କମିବା ଫଳରେ , ବ୍ୟବସାୟୀ ମାନେ ଦୋକାନ ଖୋଲିବାକୁ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ ,ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ , ଯିବା ଆସିବା କରୁଥିବା ଲୋକଙ୍କ ଖାଇବା ସୁବିଧା ଓ ଉଠା ଦୋକାନୀ ଙ୍କ ଜୀବିକା ଓ ରୋଗକୁ ଲକ୍ଷ୍ୟକରି ଏହି ନିର୍ଦେଶ କରିଛନ୍ତି ।