ଏମିତିବି_ମୃତ୍ୟୁ_ହୁଏ
କାର୍_ଭିତରୁକନଷ୍ଟେବଳଙ୍କ
_ମୃତଦେହ_ଉଦ୍ଧାର
ମୟୂରଭଞ୍ଜ, ବୈସିଙ୍ଗା
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ମାଳଭଞ୍ଜର ତଥା ବୈଶିଙ୍ଗା ଥାନାର କାର୍ଯ୍ୟରତ କନେଷ୍ଟବଳଙ୍କ ମୃତଦେହକୁ ଏକ ଲାଲ ରଙ୍ଗର କାର ଭିତରୁ ୧୮ନଂ ଜାତୀୟ ରାଜପଥ କଡରୁ ଉଦ୍ଧାର କରିଛି ପୁଲିସ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ବୈଶିଙ୍ଗା ଥାନା ଅଧ୍ବନ ପଦ୍ମଲାଭପୁର ଛକ ଓ ଟୋଲଗେଟ ମଝିର ରାସ୍ତାପାର୍ଶ୍ଵରେ ବୈଶିଙ୍ଗାରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଓଡ଼ି-୧୧ ଓ୍ବାୟ ୯୫୯୬ ନମ୍ବର ବିଶିଷ୍ଟ ନାଲି ରଙ୍ଗର କାରଟି ପୂର୍ବାହ୍ନ ୧୧ଟାରୁ ରାଜପଥ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲା।ବହୁ ସମୟ ଧରି ଠିଆ ହୋଇ ରହିଥିବା ଦେଖି ଅପରାହ୍ନ ସମୟରେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ କାର ପାଖକୁ ଯାଇ ଚାଳକଙ୍କୁ ଡାକିଥିଲେ।ଚାଳକ ଜଣକ ନଉଠିବାରୁ ବୈଶିଙ୍ଗା ଥାନାକୁ ଖବର ଦେଇଥିଲେ।ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ୧୦୩୩ ଆମ୍ବୁଲାନ୍ସ ଯୋଗେ ବୈଶିଙ୍ଗା ଡାକ୍ତର ଖାନାକୁ ନେଇ,ପୁଣି ସେଠାରୁ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୁରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
